Spread the love

ଆଜି ଚନ୍ଦନ ଯାତ୍ରା ୨୧ ଦିନ ବ୍ୟାପି ଆରମ୍ଭ

ଆଜି ଢେଙ୍କାନାଳରେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ୨୧ ଦିନ ଧରି ଚନ୍ଦନ ଯାତ୍ରା। ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ମଦନମୋହନଙ୍କୁ ପାଲିଙ୍କି ରେ ଗୋପାଳମାନେ କାନ୍ଧେଇ ଛତ୍ର,ଛତ୍ରା, ଘଣ୍ଟାଘଣ୍ଟ, କାହାଳି ବଜାଇ ବାଟ ସାରା ପଣା ଲାଗି ପରେ ସ୍ଥାନୀୟ ଭାଗୀରଥି ସାଗର କୂଳରେ ଆସି ଚାପ ବେଦିରେ ବିଜେ କରନ୍ତି।ଘଣ୍ଟ କାହାଳି ବଜାଇ ଡଙ୍ଗା କୁ ପଞ୍ଚାମୃତ ସିଞ୍ଚନ କରି ସୁଚିକରାଯାଏ। ଠାକୁରଙ୍କୁ ଡଙ୍ଗା କୁ ବିଜେ କରାଗଲେ ପ୍ରଥମେ ଚାପ କରାଯାଇଥାଏ। ଠାକୁରଙ୍କ ସ୍ନାନ ପରେ ଚନ୍ଦନ ଲାଗି କରାଯାଏ । ମଦନମୋହନଙ୍କ ଦିତୀୟ ଚାପ ପରେ ମଙ୍ଗଳାର୍ପଣ ପୂଜା, ଆଳତି ,ବିଭିନ୍ନ ଭୋଗ ଲାଗି ଓ ପୂଜାର୍ଚ୍ଚନା କରାଯାଏ ଏବଂ ଠାକୁର ମନ୍ଦିରକୁ ବାହୁଡ଼ି ଯାଆନ୍ତି। ମନ୍ଦିର ବାହୁଡିବାପରେ ରେ ମନ୍ଦିର ରେ ଧୂପ ନୀତି ଆରମ୍ଭ କରାଯାଏ। ପୂଜକ ମଳୟ କର,ପାଳିଆ ସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ ଉପସ୍ଥିତିରେ ଏହି ଚନ୍ଦନ ଯାତ୍ରା ନୀତି ସମ୍ପନ୍ନ ହୋଇଥିଲା ।

Leave a Reply

Your email address will not be published. Required fields are marked *