Spread the love

ଘର ଭାଙ୍ଗୁଥିବାବେଳେ ଘର କାନ୍ଥ ପଡି ଜଣେ ମୃତ

କେନ୍ଦୁଝର,୧୪।୭:କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ପଞ୍ଚାୟତ ମୁରୁସୁଆଁ ଗ୍ରାମରେ ଆଜି ସକାଳ ୮ଟାବେଳେ ଘର ଭାଙ୍ଗୁଥିବାବେଳେକାନ୍ଥ ପଡି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ କାନ୍ତ ନାଏକ(୬୫)।ସୁଚନାଯୋଗ୍ୟଯେ’ପ୍ରଧାମନ୍ତ୍ରୀ ଆବାସ ଯୋଜନା ରେ ଚଳିତ ବର୍ଷ କାନ୍ତ ଙ୍କ ନାମରେ ଆବାସ ଆସିଥିଲା।ଏନେଇ ପୁରୁଣା ଘରକୁ ଲୋକ ଲାଗଇ ଭାଙ୍ଗୁଥିଲେ।ସେତିକିବେଳେ କାନ୍ଥ ଟି କାନ୍ତଙ୍କ ଉପରେ ପଡିଯାଇଥିଲା।ପରିବାର ଲୋକେ ଗୁରୁତର ଅବସ୍ଥାରେ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେହେଁ କାନ୍ତ ନାଏକ ଙ୍କ ମୃତ୍ୟୁ ଘଟିଛି।ଖବର ପାଇ ପଳାଶପଙ୍ଗା ବିଟ୍ ଅଧିକାରୀ ମହେନ୍ଦ୍ରନାଥ ସାହୁ ମେଡିକାଲରେ ପହଞ୍ଚି କେସନଂ ୪୩/୨୩ ଏକ ମାମଲା ରୁଜୁ କରିଥିଲେ।ଆଜି ଶବ ବ୍ୟବଛେଦ ପରେ ମୃତଦେହ ପରିବାର ଙ୍କୁ ହସ୍ତାନ୍ତର କରାଯାଇଛି।କାନ୍ତ ନାଏକ ମୃତ୍ୟରେ ମୁରୁସୁଆଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *