Spread the love

ଆଜି ନନ୍ଦନକାନନରେ ଏକ ଜଳହସ୍ତୀ ଶାବକ ଜନ୍ମ ନେଇଛି। ନବଜାତ ଅଣ୍ଡିରା ଛୁଆ ଓ ମା’ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ମା’ ଜଳହସ୍ତୀଟି ଉପଯୁକ୍ତ ଯତ୍ନ ନେଉନଥିବା ବେଳେ ଶାବକଟି ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ ତା’ର ସ୍ବତନ୍ତ୍ର ଯତ୍ନ ପାଇଁ ତାକୁ ମା’ଠାରୁ ଅଲଗା କରିବାକୁ ଉଦ୍ୟମ କରାଯାଇଥିଲା।

ମାତ୍ର ଏଥିରେ ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଛି। ଆବଶ୍ୟକ ହେଲେ ଆଜି ଶାବକକୁ ଅଲଗା କରିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଏହି ନବଜାତ ଶାବକକୁ ମିଶାଇ ଏବେ ନନ୍ଦନକାନନରେ ଜଳହସ୍ତୀ ସଂଖ୍ୟା ୧୨କୁ (୭ଟି ମାଈ ଓ ୫ଟି ଅଣ୍ଡିରା) ବୃଦ୍ଧିପାଇଛି।

Leave a Reply

Your email address will not be published. Required fields are marked *