Spread the love

ବାର୍ଷିକ କ୍ରୀଡ଼ା ମହୋତ୍ସବ ବେଳେ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଦାୟିତ୍ୱ କାହାର

ନାଲକୋ ନଗର ସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିର ରେ ଛାତ୍ର ଛାତ୍ରୀ ଗେଟ୍ ବନ୍ଦ ଥିବା କାରଣରୁ ଡେଇଁ କି ଯିବାକୁ ପଡିଛି। ଘଟଣାଟି ହେଉଛି ଅନୁଗୋଳ ଜିଲ୍ଲାର ନାଲକୋ ଅଞ୍ଚଳର ସରସ୍ଵତୀ ବିଦ୍ୟା ମନ୍ଦିରର। ପରିସର ରେ ବାର୍ଷିକ କ୍ରୀଡା ଚାଲୁ ରହୁଥିବା ଗେଟ୍ ନମ୍ବର ୨ କୁ ବନ୍ଦ କରିଦିଆଯାଇଥିଲା। ପ୍ରତ୍ୟେକ ଦିନ ସେହି ରାସ୍ତା ଟି ଖୋଲା ରହିଥିବା ବେଳେ ଛାତ୍ର ଛାତ୍ରୀ ମାନେ ସେହି ଗେଟ୍ ଦେଇ ଯିବା ଆସିବା କରୁଥିଲେ କିନ୍ତୁ ବାର୍ଷିକ କ୍ରୀଡା ଚାଲୁଥିବା ସମୟରେ କୌଣସି ପୂର୍ବ ସୂଚନା ନଦେଇ ଗେଟ୍ କୁ ବନ୍ଦ କରି ଦିଆଯାଇଥିଲା। ଯାହାକୁ ଛାତ୍ର ଛାତ୍ରୀ ମାନେ ଜାଣି ପାରିନଥିଲେ। ଫଳରେ ସେମାନେ ବାଧ୍ୟ ହୋଇ ଗେଟ କୁ ଚଢ଼ି ଯିବାକୁ ପଡ଼ିଥିଲା ଏଥିରେ କିଛି ଛାତ୍ର ଛାତ୍ରୀ ଲଟକି ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏ ବିଷୟ ନେଇ ସ୍କୁଲ୍ ର ଅଧ୍ୟକ୍ଷ ଙ୍କୁ ପଚରା ଯାଇଥିବା ବେଳେ ଏହାକୁ ଗମ୍ଭୀରତାର ନେଇ ଆଗକୁ ଏଭଳି ପୁନରାବୃତ୍ତି ନ ଘଟିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ନିଜ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *