Spread the love

ପରକ୍ରିୟା ପ୍ରୀତିରୁ ପ୍ରେମିକାକୁ କାତିରେ ଆକ୍ରମଣ କରି ପ୍ରେମିକ କଲା ଥାନାରେ ଆତ୍ମ ସମର୍ପଣ

.

ଜାଗ୍ରତଭାରତ ନ୍ୟୁଜ, ଗଞ୍ଜାମ ବ୍ୟୁର, ରୂପକ
ମହାନ୍ତି.ଯୋଗାଯୋଗ 9668662929

ବ୍ରହ୍ମପୁର;୨୩/୧/୨୩.ଗତ କାଲି ରାତିରେ ବ୍ରହ୍ମପୁରରେ ଘଟିଯାଇଛି ଏକ ଅଭିନୟ ଘଟଣା.ବଡବଜାର ଥାନା ଅନ୍ତର୍ଗତ ରଘୁପତି ନଗର ଜଣେ ଯୁବକ ଘରେ ପଶି ମହିଳାଙ୍କୁ ଆକ୍ରମଣ କରିଛିନ୍ତି । ଯୁବକଙ୍କ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ମହିଳା ହେଲେ ମାଧୁରୀ ପଣ୍ଡା ଓ ଝିଲି ସାହୁ । ଆକ୍ରମଣ କରିଥିବା ଯୁବକ ହେଲେ ଶୁଭମ୍ ସାହୁ । ଗୁରୁତର ଅବସ୍ଥାରେ ମାଧୁରୀ ପଣ୍ଡା ଓ ଝିଲି ସାହୁଙ୍କୁ ବ୍ରହ୍ମପୁର ଏମକେସିଜି ମେଡି କାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କ ରେ ଖବର ପାଇ ବଡ଼ବଜାର ଥାନା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି.ମାଧୁରୀ ପଣ୍ଡା ନିଜର ପିଲାଙ୍କୁ ଟିଉସନରୁ ଆଣିବାକୁ ଯାଇଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାଇ ଶୁଭମ ସାହୁ ଟିଉସନ ଭିତରେ ପଶି ମାଧୁରୀଙ୍କୁ କାତିରେ ଆକ୍ରମଣ କରିଥିଲେ ।ମାଧୁରୀଙ୍କୁ ଆକ୍ରମଣ କରୁଥିବା ସମୟରେ ଟିଉସନରେ ଥିବା ଝିଲି ସାହୁ ଶୁଭମଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଶୁଭମ ଆକ୍ରମଣ କରିଥିଲା । ତେବେ ଗତ ୭ ବର୍ଷ ହେଲା ମାଧୁରୀ ଓ ଶୁଭମଙ୍କ ମଧ୍ୟରେ ରହିଥିଲା ପ୍ରେମ ସମ୍ପର୍କ । ଆଜି ହଠାତ ଶୁଭମ ଆସି ମାଧୁରୀଙ୍କୁ କାତିରେ ପ୍ରାୟ ୩୦ ରୁ ଅଧିକ ଥର ଆକ୍ରମଣ କରିଥିଲା । ମାଧୁରୀଙ୍କୁ ଆକ୍ରମଣ କରିବା ପରେ ଥାନାକୁ ଆସି ଘଟଣା ସମ୍ପର୍କରେ ଜଣାଇବା ସହ ଆତ୍ମସମର୍ପଣ କରିଛି ଶୁଭମ । ଶୁଭମଙ୍କୁ ବଡବଜାର ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା କହିଛନ୍ତି ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି।

Leave a Reply

Your email address will not be published. Required fields are marked *