Spread the love

ପଶ୍ଚିମବଙ୍ଗ ହୁଗଳିରେ ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ଫିଙ୍ଗା ହୋଇଛି। ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ ହୁଗଳିରେ ରାମ ନବମୀ ପରେ ହୋଇଥିବା କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ଦିଲୀପ ଘୋଷ କହିଛନ୍ତି, ଶୋଭା ଯାତ୍ରା ସମୟରେ ମହିଳା ଓ ଶିଶୁମାନଙ୍କ ଉପରେ ପଥର ମାଡ କରାଯାଇଥିଲା।

ହାୱାଡା ହିଂସା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ପଥର ଫିଙ୍ଗାଯାଉଛି ଏବଂ ଯାନବାହନ ଭଙ୍ଗାରୁଜା କରାଯାଉଛି।

ଏହାପୂର୍ବରୁ, ରାମ ନବମୀ ଦିନ ପଶ୍ଚିମବଙ୍ଗର ହାୱଡା ସହରର କାଜିପଡା ଅଞ୍ଚଳରେ ହିଂସା ହୋଇଥିଲା। ରାମ ନବମୀ ଶୋଭାଯାତ୍ରା କାଜିପଡା ଅଞ୍ଚଳ ଦେଇ ଯାଉଥିବା ବେଳେ ହିଂସା ଘଟିଥିଲା। ହିଂସା ସମୟରେ ଅନେକ ଦୋକାନ ଏବଂ ଅଟୋ-ରିକ୍ସା ଭଙ୍ଗାରୁଜା ହୋଇଥିବାବେଳେ କିଛି ପୋଲିସ ଗାଡି ସମେତ ଅନେକ କାରରେ ନିଆଁ ଲାଗିଯାଇଥିଲା। ମୁଖ୍ୟମନ୍ତ୍ରୀ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏବଂ ବଜରଙ୍ଗ ଦଳ ଭଳି ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନ ହାଓ୍ବାଡାରେ ହୋଇଥିବା ହିଂସା ଘଟଣାରେ ଜଡିତ ଅଛନ୍ତି। ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। ଏହି ହିଂସା ଘଟଣାରେ ୪୫ ଜଣଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *