Spread the love

ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

ଢେଙ୍କାନାଳ ନେହେରୁ ଯୁବ କେନ୍ଦ୍ର ଓ ସ୍ଵେଚ୍ଛାସେବୀ ସଙ୍ଗଠନ ପ୍ରିୟ ମିଳିତ ଉଦ୍ୟମରେ ଗଁଦିଆ ବ୍ଲକର ଲାଉଲଇ ଠାରେ ବର୍ଷା ଜଳ ଧରି ରଖିବା ଫେଜ୍-୩ କାର୍ଯ୍ୟକ୍ରମ ଗତ ୯ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଁଦିଆ ବ୍ଲକର ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବେଗାର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଜଳ ସଂରକ୍ଷଣ ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ପୁରସ୍କାର ଲାଉଲଇ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟା ଲକ୍ଷ୍ମୀ ରାଉଳ ଓ ନେହେରୁ ଯୁବ କେନ୍ଦ୍ରର ଉପନିର୍ଦ୍ଦେଶକ ଅଶୋକ କୁମାର ଦାସଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା। ଯୁବକମାନଙ୍କୁ ନେଇ ଏକ ସଚେତନତା ରାଲି ଲାଉଲଇ ଗ୍ରାମ ପରିକ୍ରମା କରିଥିଲା। ଗ୍ରାମ ପଞ୍ଚାୟତ କାନ୍ଥ ରେ ସଚେତନତା ବାର୍ତ୍ତା ଫଟୋଚିତ୍ର ମଡାଯାଇଥିଲା। ପ୍ରିୟ କାର୍ଯ୍ୟାଳୟ ଠାରେ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ଜାଗରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀଙ୍କ ଦ୍ବାରା ଏକ ଶପଥ ପାଠ ବର୍ଷା ଜଳ ସଂରକ୍ଷଣ ଉଦ୍ଦେଶ୍ୟରେ କରାଯାଇଥିଲା। ଏଥିରେ ଲେଥକା ସରପଞ୍ଚ ଓମ୍ ପ୍ରକାଶ ଦାସ, ବେଗା ସରପଞ୍ଚ ରାହୁଲ ରାୟ ମହାଳିକ, ଲାଉଲଇ ସମିତି ସଭ୍ୟା ମୋନାଲିସା ସାହୁ ଅତିଥିଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରିୟର ଟଙ୍କଧର ବାରିକ,ଇଲନପ୍ରଭା ସେନାପତି, ସୈାଭାଗ୍ୟଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ଅନ୍ନପୂର୍ଣ୍ଣା ଧଳ , ରବୀନ୍ଦ୍ର କୁମାର ସାମଲ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *