Spread the love

ବ୍ରହ୍ମପୁରରେ ଶୋଭା ପାଉଛନ୍ତି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଙ୍କଦ୍ଵାରା ନିର୍ମିତ ମା ବୁଢ଼ୀ ଠାକୁରାଣୀ.

ବ୍ରହ୍ମପୁର.ସତ୍ୟ ନାରାୟଣ ମହାରଣା ବ୍ରହ୍ମପୁର ର ବାଲୁକା ଶିଳ୍ପୀ, ଯିଏ କି ନିଜର ବାଲୁକା କଳା ପାଇଁ ବିଶ୍ୱ ଦରବାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି. ବ୍ରହ୍ମପୁର ରେ ଚାଲିଛି ବିଶ୍ଵ ପ୍ରସଦ୍ଧ ଠାକୁରାଣୀ ଯାତ୍ରା. ଏହି ସମୟରେ ବ୍ରହ୍ମପୁରର ବିଭିନ୍ନ ସାହି ଗୁଡିକରେ ମେଢ଼ ଗୁଡିକ ଝଲସି ଉଠି ଥାଏ. ଆଜି ବ୍ରହ୍ମପୁର ର ବିଜୁପୁରର ନୀଳକଣ୍ଠ ନଗର ୨ଲାଇନ ଠାରେ ସତ୍ୟ ନାରାୟଣ ମହାରଣା ଙ୍କ ଦ୍ଵାରା ନିର୍ମିତ ବାଲୁକା କଳାରେ ଅବିକଳ ମା ବୁଢ଼ୀ ଠାକୁରାଣୀ ବାଲୁକା କଳା କରିଛନ୍ତି.ଏହି ବାଲୁକା କାଳରେ ମା ଙ୍କୁ ଦେଖିବା ପାଇଁ ଭକ୍ତ
ଙ୍କ ଭିଡ଼ ଲାଗି ରହିଥିଲା. ଏହି ବାଲୁକା କଳା
କରିବା ପାଇଁ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କୁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଥିଲା.

Leave a Reply

Your email address will not be published. Required fields are marked *