Spread the love

ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ଣ୍ଣାହୁତି ଦିବସ ପାଳିତ।

ଢେଙ୍କାନାଳ(୨୫/୦୫) ଦୋଳମଣ୍ଡପ ସାହି ସ୍ଥିତ ରାଧାକୃଷ୍ଣ ବଜାରରେ ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ଣ୍ଣାହୁତି ଦିବସ ପାଳିତ। ପ୍ରଥମ ଦିବସରେ ଏକ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କମଙ୍ଗରା ଘାଟ ଠାରୁ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ୨୦୦ ରୁ ଉର୍ଦ୍ଧ୍ବ ମହିଳାମାନେ ବାଦ୍ୟ, ସଂର୍କୀତନ ଦ୍ବାରା ସହର ପରିକ୍ରମା କରାଯାଇ ମନ୍ଦିର ନିକଟକୁ ନିଆଯାଇଥିଲା। ପରେ ପରେ ମଣ୍ଡଳାଦି ପୂଜା ଅଗ୍ନି ସ୍ଥାପନ କରାଯାଇଥିଲା।୨୨/୦୫/୨୩ ସୋମବାର ଅଙ୍କୃରାରୋପଣ ଓ ମଣ୍ଡଳ ପ୍ରସ୍ତୁତି କରଣ କରାଯାଇଥିଲା।୨୪/୦୫/୨୩ ବୁଧବାର ସୂର୍ଯ୍ୟ ପୂଜା , ଗୋ ପୂଜା,ମଣ୍ଡଳାଦି ପୂଜା, ମହାସ୍ନାନ, ଶୟନ, ନ୍ୟାସହବନ। ୨୫/୦୫/୨୩ ଗୁରୁବାର ଦେବତା ପ୍ରବେଶ ଓ ପୂର୍ଣ୍ଣାହୁତି ପ୍ରସାଦ ସେବନ। ମଙ୍ଗଳା ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା ଓ ନୂତନ ମନ୍ଦିର ପ୍ରତିଷ୍ଠା ଚାରି ଦିନ ଧରି ଚାଲୁରହିଥିଲା। ଏହି ପୂଜା କାର୍ଯ୍ୟ ପଣ୍ତିତ ରୂଦ୍ରନାରାୟଣ କବିଶତପଥି, ପଣ୍ଡିତ ସତ୍ୟନାରାୟଣ ମିଶ୍ର, ପଣ୍ଡିତ ଭରତଭୂଷଣ ରଥ, ପଣ୍ଡିତ ଅଭିଷେକ ଆଚାର୍ଯ୍ୟ, ମନ୍ଦିର ର ପୂଜକ ପଞ୍ଚାନନ ବେହେରା , ମନ୍ଦିର ନିର୍ମାତା ଶୁଶିଲ ସାହୁ ଓ ସଦାନନ୍ଦ ସାହୁ କର୍ତ୍ତା ଗଦାଧର ଷଣ୍ଢ , କର୍ତ୍ତୀ ଝୁନୁ ଷଣ୍ଢ, କର୍ତ୍ତା ସନ୍ତୋଷ ଦାସ କର୍ତ୍ତୀ ରୋଜାଲିନ ଦାସ, ସଭାପତି ଗଦାଧର ଷଣ୍ଢ, ଉପସଭାପତି ଗୋବିନ୍ଦ ଷଣ୍ଢ ଓ କର୍ମକର୍ତ୍ତା ଦିଗାମ୍ବର ବେହେରା,ସନ୍ତୋଷ କୁମାର ବେହେରା, ସୁଧାକର ବେହେରା,କୁନା ଦାସ, ସୁଧାକର ଦାସ, କାଳିଆ ଦାସ, ରୋହିତ ଦାସ, ସୁଧାକର ଷଣ୍ଢ, ବଟ ବେହେରା,ଟିକି ବେହେରା, ଗନ୍ଧର୍ବ ଦାସ, ପବି ମହାପାତ୍ର, ବୁବୁ ଦାସ ଓ ସମସ୍ତ ଭକ୍ତମାନଙ୍କ ଉପସ୍ଥିତ ରେ ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠାର ପୂର୍ଣ୍ଣାହୁତି ଦିବସ ପାଳିତ।

Leave a Reply

Your email address will not be published. Required fields are marked *