Spread the love

କେନ୍ଦ୍ରରେ ବିଜେପି ବିରୋଧୀ ମେଣ୍ଟ ପ୍ରୟାସରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି (ମଙ୍ଗଳବାର) ଓଡ଼ିଶା ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦିନ ପ୍ରାୟ ୧୨ଟାରେ ନୀତୀଶ ନବୀନ ନିବାସ ଆସି ନବୀନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ବିରୋଧୀ ମେଣ୍ଟ ପାଇଁ ନୀତୀଶ କୁମାର ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଓ ଡି.ରାଜାଙ୍କୁ ସାକ୍ଷାତ କରିସାରିଛନ୍ତି।

Leave a Reply

Your email address will not be published. Required fields are marked *