Spread the love

ମୈତ୍ରୀ କୋଇଲା ଖଣି ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ରାଇଝରଣ ଗ୍ରାମବାସୀ ଆଜି ମୈତ୍ରୀ କୋଇଲା ଖଣି ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି। ସୂଚନା ଯେ, ଡି ବ୍ଲକ ଖଣି କୁ ରାଷ୍ଟ୍ରାୟତ୍ତ ଉଦ୍ୟାୋଗ ନାଲକୋ ଲିଜ୍ ରେ ପାଇଁ ଏକ ଘରୋଇ କମ୍ପାନୀ ମୈତ୍ରୀ ସହିତ M.D.O ସ୍ୱାକ୍ଷରିତ କରି ମାଟି ଓ କୋଇଲା ଖନନ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଜମିହରା ପ୍ରଜା ୬୦ ଭାଗ ଟଙ୍କା ପାଇଁ ପାରି ନାହାନ୍ତି। ନାଲକୋ କିମ୍ବା ମୈତ୍ରୀ କମ୍ପାନୀ ଜମିହରା ପ୍ରଜାଙ୍କୁ କୌଣସି ନିଯୁକ୍ତି ପ୍ରଦାନ କରୁ ନାହାଁନ୍ତି। ନିଯୁକ୍ତି ପାଇଁ କ୍ଷତି ଗ୍ରସ୍ତ ପ୍ରଜା ଦାବି କଲେ ପୋଲିସ ଭୟ ଦେଖାଇ କେଶ୍ କରିବା ପାଇଁ ଧମକ ଦଉଛି ମୈତ୍ରୀ କମ୍ପାନୀ। ଯାହା ଫଳରେ ଆଜି ବାଧ୍ୟ ହୋଇ ରାଇଝରଣ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣ ଧାରଣା ଦେଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *