Spread the love

ରାସ୍ତା ପାଲଟିଛି ମାରଣ ଜନ୍ତା

।

ଟାଙ୍ଗୀ-ଚୈାଦ୍ବାର ବ୍ଲକ୍ ହରିଅନ୍ତା ପଞ୍ଚାୟତ ଅର୍ନ୍ତଗତ ବିଲ୍ଲତେରୁଆଁ ଗ୍ରାମର ମୁଖ୍ଯ ରାସ୍ତା ର ଦୁଇ ପାର୍ଶ୍ଵ ରେ ଗଡି ଉଠିଛି ବେନିୟମ ଭାବେ କୋଇଲା, ଚାରକୋଲ୍ ଜିପ୍ ସମ୍ ଓ ବାଲ୍ଲି ଡିପୋ ଯାହାଫଳ ରେ ରାସ୍ତା ପାଲଟିଛି ମରଣ ଜନ୍ତା ଏବଂ ବହୁ ମାତ୍ରାରେ ବାୟୁ ପ୍ରଦୂଷଣ ର ସମସ୍ଯା ।ଏହି ରାସ୍ତା ରେ ସହ ସହ ଟ୍ରକ୍ ଓ ହାଇୱା ପ୍ରତ୍ୟେକ ଦିନ ଯାତାୟତ ହେଉଅଛି ଯାହାକି ସ୍କୁଲ୍ ଏବଂ କଲେଜ୍ ଛାତ୍ର ଛାତ୍ରି ,ଆମ୍ବୁଲାନ୍ସ ,ସ୍କୁଲ୍ ବସ୍ ଓ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବାୟୁ ପ୍ରଦୂଷଣ ଦ୍ବାରା ଗାଈଗୋରୁ ଚରା ଜମି ନଷ୍ଟ ହେବା ସହ ଚାଷ ଜମି ରେ ଚାଷ ହେଉନାହିଁ । ବିଲ୍ଲ ତେରୁଆଁ ର ଗ୍ରାମବାସୀ ଏହି ସମସ୍ୟା କଲେକ୍ଟର ,ତହସିଲ୍ ଦାର୍ ଏବଂ ଆଞ୍ଚଳିକ ପ୍ରଦୂଷଣ ଅଫିସ୍ ରେ ଅଭିଯୋଗ ଜଣାଇଥିଲେ ମଧ୍ୟ ଉଚ୍ଚ ଅଧିକାରି ମାନେ ଏହାକୁ ଅଣା ଦେଖା କରିଥିଲେ। କିନ୍ତୁ ଦୁଖଃର ବିଷୟ ସେହି ଗ୍ରାମର କିଛି କୁଜି ନେତା ଅଭିଯୋଗ କାରିଙ୍କୁ ଜିବନରୁ ମାରିଦେବାକୁ ଧମକ ଦେଉଛନ୍ତି ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ।

Leave a Reply

Your email address will not be published. Required fields are marked *