Spread the love

୬୭ତମ ବ୍ଯାଙ୍କ୍ ପ୍ରତିଷ୍ଠା ଦିବସ

ଢେଙ୍କାନାଳ: ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଢେଙ୍କାନାଳ ମୁଖ୍ଯ ଶାଖା ଦ୍ବାରା ୬୭ତମ ଷ୍ଟେଟ୍ ବ୍ୟାଙ୍କ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଇ ଅବସରରେ ଗୋବିନ୍ଦପୁର ସ୍ଥିତ ଶିଶୁ ଅନାଥାଶ୍ରମ ‘ଶିଶୁ ଗୃହ’ର ଅନ୍ତେବାସୀ କୁନିକୁନି ପିଲାମାନଙ୍କୁ ବ୍ଯାଙ୍କ୍ ତରଠମଫରୁ ଛତା ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ, ଉପ ଶାଖା ପ୍ରବନ୍ଧକ ସଚ୍ଚିଦାନନ୍ଦ ଓଝା, କର୍ମଚାରୀ ସଂଘ ଡିଜିଏସ ଗୋପାଳ ଚନ୍ଦ୍ର ସାହୁ, ଦିତିକୃଷ୍ଣ ମଲ୍ଲିକ, ସୌମ୍ଯ ମିଶ୍ର, ଜିତେନ୍ଦ୍ର କୁମାର ଦାସ, ସୁଶାନ୍ତ କୁମାର ସାହୁ, ରାଜଶ୍ରୀ ଲେଙ୍କା, ସାବିତ୍ରୀ ପ୍ରିୟଦର୍ଶିନୀ ପଣ୍ଡା, ପ୍ରଜ୍ଞା ପାରମିତାତ୍ରିପାଠୀ, ଅର୍ଜିତ ନାୟକ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *