Spread the love

ବଳଦେବଜୀଉ ଭଜନ ପରିବାର ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା।

ଢେଙ୍କାନାଳ (୦୯/୦୫): ଆଜି ଢେଙ୍କାନାଳ ଭାଗିରଥି ସାଗର କୂଳରେ ପାଞ୍ଚ ଦିନ ଲାଗି ମଦନମୋହନଙ୍କ ବେଶ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ପ୍ରଥମ ଦିବସରେ ବଳଦେବଜୀଉ ଭଜନ ପରିବାର ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନେକ କଣ୍ଠଶିଳ୍ପୀ କଣ୍ଠଦାନ କରିଥିଲେ। ରଣଜିତ କୁମାର ହୋତା (ତୁମରି ନାମରେ ସକାଳ ଆରମ୍ଭ), ଭରତ ଚନ୍ଦ୍ର ଚାନ୍ଦ (କୃଷ୍ଣ ଚରିତ), ମମତା ଚାନ୍ଦ, କୈାଳାସ ଚନ୍ଦ୍ର ବେହେରା (ମହା ମନ୍ତ୍ର),ବିକ୍ରମ ମହାରଣା (ଗୁରୁ ବନ୍ଦନା),କୁନିଲତା ପଟ୍ଟନାୟକ,ପ୍ରଦିପ କୁମାର ପଟ୍ଟନାୟକ, ସଞ୍ଜୁକ୍ତାରାଣୀ ଦାସ, ପୂର୍ଣ୍ଣଚନ୍ଦ୍ର ପାତ୍ର, ରାଜେନ୍ଦ୍ର କିଶୋର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସଂଗୀତ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *