Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116

ମା ଜେନାଦେବୀଙ୍କ ବାର୍ଷିକ ଉତ୍ସବ ପାଳିତ

ଜେ. ବି. ଏନ୍ (୧୪/୦୪ /୨୦୨୧)
ଢେଙ୍କାନାଳ : ଢେଙ୍କାନାଳ କୋର୍ଟ ଛକରେ ଥିବା ମା ଜେନାଦେବୀଙ୍କର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଥିଲା । ପ୍ରାତଃ କଳସ ଯାତ୍ରା କରାଯାଇଥିଲା ।୧୧ ଟା ବେଳେ ମା କୁ ଚୁଆ, ଅଗୃର, ଗୋଲାପ ଜଳରେ ମାଜଣ କରାଯିବାପରେ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଫୁଲ ପୁଷ୍ପରେ ମା ଙ୍କ ମନ୍ଦିରକୁ ସୁସଜ୍ଜିତ କରାଯିବ ସହ ମା ଙ୍କ ଆସ୍ଥାନ କୁ ସୁସଜ୍ଜିତ କରାଯାଇଥିଲା ।ମଧ୍ୟାହ୍ନ ସମୟରେ ହୋମଯଜ୍ଞ ସହ ଶୁଙ୍କୁଳି ଭୋଗ ଲାଗି ହୋଇଥିଲା । ସନ୍ଧ୍ୟା ସମୟରେ ମା ଙ୍କର ସାନ୍ଧ୍ୟ ଆଳତି ହେବ ବୋଲି ମା ଙ୍କ ମନ୍ଦିରର ପୂଜକ ପ୍ରତାପ ବାସୀ ସୂଚନା ଦେଇଥିଲେ ।