Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଥାନା ଭିତରେ ନାଗିନ୍ ଡ୍ୟାନ୍ସ କରି ଚର୍ଚ୍ଚାରେ ପୋଲିସ 

 

ଜେ ବି ଏନ, ୦୬/୦୪ /୨୦୨୧, (ରିପୋର୍ଟ, କୁମାର ସାହୁ), ଯାଜପୁର : ଥାନା ଭିତରେ ନାଗିନ ଡ୍ୟାନ୍ସ କରି ଚର୍ଚା ରେ ପୋଲିସ l

ଯାଜପୁର ଜିଲ୍ଲାର ଥାନା ଓ ଫାଣ୍ଡିରେ କାର୍ଯ୍ୟ ରତ ପୋଲିସ ଥାନା ଭିତରେ ଡ୍ୟାନ୍ସ କରି ବିବାଦୀୟ ହୋଇ ପଡ଼ୁଛନ୍ତି । ଦଶରଥପୁର ବ୍ଳକ ଅନ୍ତର୍ଗତ ଝୁମ୍ଫୁରି ବିଟ୍ ହାଉସ ର ଜଣେ ପୋଲିସ ଅଧିକାରୀ ଜଣେ ମହିଳା ଙ୍କୁ ଅସଦାଚରଣ କରିଥିବା ର ଅଭିଯୋଗ ଉଠିଛି।ଓ ଜାରକା ବିଟ୍ ହାଉସ ରେ କାର୍ଯ୍ୟରତ ପୋଲିସ ମଦ ପିଇ କାର୍ଯ୍ୟରତ ଥିବା ବେଳେ ଯାଜପୁର ଏସପି ସସସ୍ପେଣ୍ଡ କରି ଥିବା ର ବିଷୟ ଲୋକ ମାନଙ୍କ ମନରୁ ଯାଇ ନ ଥିବା ବେଳେ ପୁଣି ଏକ ବଡ଼ ଅଭିଯୋଗ ପୋଲିସ ପ୍ରଶାସନ ଉପରେ ଓ ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିଛି। ଏସପି ଙ୍କ ଅଫିସ ସମ୍ମୁଖରେ ଅବସ୍ଥିତ ପାଣି କୋଇଲି ଥାନା ପରିସରରେ ହୋଲିଦିନ ନାଗିନ ଡ୍ୟାନ୍ସ ଜେଭଳି ଆଇଆଇସିଙ୍କ ଠାରୁ ଆରମ୍ଭ କରି ମହିଳା ହୋମ ଗାଡ଼ ପର୍ଯ୍ୟନ୍ତ ମସଗୁଲ ହୋଇ ନାଚିଥିଲେ ତାହାର ଫୋଟୋ ଏବେ ଭାଇରାଲ ହେବାରେ ଲାଗିଛି।