କ୍ରୀଡ଼ା ବିକାଶରେ ଓଡ଼ିଶା-ବିହାର ସହଯୋଗ: ଖେଳାଳି ବିନିମୟ ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ ଭୁବନେଶ୍ୱର, ୦୩/୦୮: କ୍ରୀଡ଼ା କ୍ଷେତ୍ରରେ ପରସ୍ପର ସହଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଓ ବିହାର ସରକାର ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ବିହାରର କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବନ୍ଧୁକଚାଳିକା ଶ୍ରେୟସୀ ସିଂହଙ୍କ ଚାରିଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ବିସ୍ତୃତ ବୈଠକ ହୋଇଥିଲା। ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଖେଳାଳି ବିନିମୟ, ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡ଼ା ପ୍ରତିଯୋଗିତା, କ୍ରୀଡ଼ା ବିଜ୍ଞାନର ବ୍ୟବହାର ଏବଂ ତୃଣମୂଳ ସ୍ତରରୁ ନୂତନ ପ୍ରତିଭା ଚିହ୍ନଟ...



