ପାରାଦୀପ ବନ୍ଦରକୁ ମିଳିଲା ବଡ଼ ଭିତ୍ତିଭୂମି ଉପହାର ₹୪୨୭.୮୦ କୋଟିର ୭ ପ୍ରକଳ୍ପ ଉଦ୍ଘାଟିତ, ₹୧,୫୮୦ କୋଟିର ଯାନ୍ତ୍ରିକୀକରଣ ପ୍ରକଳ୍ପ ପାଇଁ ଚୁକ୍ତି ପାରାଦୀପ: ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟ ଓ ଶିଳ୍ପ ବିକାଶକୁ ନୂଆ ଗତି ଦେବା ଦିଗରେ ପାରାଦୀପ ବନ୍ଦରରେ ବଡ଼ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ₹୪୨୭.୮୦ କୋଟି ବ୍ୟୟର ୭ଟି ପ୍ରମୁଖ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହା ସହିତ ବନ୍ଦରର କାର୍ଗୋ ପରିଚାଳନା ଓ କ୍ଷମତା ବଢ଼ାଇବା ପାଇଁ ₹୧,୫୮୦.୩୬ କୋଟିର ୩ଟି ଯାନ୍ତ୍ରିକୀକରଣ ପ୍ରକଳ୍ପ ନିମନ୍ତେ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ୧୮.୫ ମିଟର ଡ୍ରାଫ୍ଟରେ...



