୫ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଅବକାରୀ ଅଧୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ ରାଉରକେଲା ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିଲା ଟଙ୍କା କାରବାର; ବ୍ୟାଗ୍ରୁ ଟଙ୍କା ଜବତ, ତଦନ୍ତ ଜାରି ରାଉରକେଲା: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଉରକେଲା ଅବକାରୀ କାର୍ଯ୍ୟାଳୟର ଅଧୀକ୍ଷକ ଧନେଶ୍ୱର ବରାଳ। ଜଣେ ଦୋକାନୀଙ୍କଠାରୁ ୫ ଲକ୍ଷ ଟଙ୍କା ନେଉଥିବା ସମୟରେ ରାଉରକେଲା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ରାଉରକେଲା ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଦୋକାନୀଙ୍କଠାରୁ ଧନେଶ୍ୱର ବରାଳ ଟଙ୍କା ଗ୍ରହଣ କରୁଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଧରିଥିଲା।...



