ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜୀବନୀ ହେବ ଯୁବପିଢ଼ିର ପ୍ରେରଣା; ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତ୍ୟାଗ, ସେବା, ରାଷ୍ଟ୍ରଭକ୍ତି ଓ ଆଧ୍ୟାତ୍ମିକ ଆଦର୍ଶ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରର ରେଳ ଅଡିଟୋରିୟମରେ ଆୟୋଜିତ ‘ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ: କୃତି ଓ ବ୍ୟକ୍ତିତ୍ୱ’ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଇ ସେ ଏହି ମତ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, କୌଣସି ମହାପୁରୁଷଙ୍କ ଜୀବନୀ କେବଳ ଇତିହାସ ନୁହେଁ, ବରଂ ସମାଜ ଓ ଯୁବପିଢ଼ି ପାଇଁ ଏକ ଜୀବନଦର୍ଶନ। କନ୍ଧମାଳର...



