ସୋରରେ ହାତୀ ଉପଦ୍ରବ ଚରମରେ: ସନ୍ଧ୍ୟା ହେଲେ ଘରେ ବନ୍ଦୀ ଜୀବନ, ଭୟରେ କଟୁଛି ରାତି ସୋର, ୦୩/୦୮: ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଅଧୀନ ମାଣିପୁର, ସିଙ୍ଗାଖୁଣ୍ଟା ଓ ଗୋପୀନାଥପୁର ପଞ୍ଚାୟତର ଅନେକ ଗାଁରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିଚାଲିଛି। ପରିସ୍ଥିତି ଏପରି ହୋଇଛି ଯେ, ସନ୍ଧ୍ୟା ହେବା ମାତ୍ରେ ଗାଁର ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି। ଲୋକମାନେ ଭୟରେ ଘରର ତାଟି-କବାଟ ବନ୍ଦ କରି ଭିତରେ ରହୁଛନ୍ତି ଏବଂ ଅତ୍ୟାବଶ୍ୟକ କାମ ନଥିଲେ ବାହାରକୁ ବାହାରିବାକୁ ସାହସ କରୁନାହାନ୍ତି। ବାରମ୍ବାର ହାତୀ ଆକ୍ରମଣ ଘଟୁଥିବାରୁ ସ୍ଥାନୀୟ ଲୋକେ ବନ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।...



