ଶିଶୁ ଶ୍ରମିକ ନିରାକରଣ ପାଇଁ ୧୨ ଜୁନ୍ ୨୦୨୬ ରୁ ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ୧୫ ଦିନିଆ ଜିଲ୍ଲାସ୍ତରୀୟ ସଚେତନତା ରଥ
ଶିଶୁ ଶ୍ରମିକ ନିରାକରଣ ପାଇଁ ୧୨ ଜୁନ୍ ୨୦୨୬ ରୁ ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ୧୫ ଦିନିଆ ଜିଲ୍ଲାସ୍ତରୀୟ ସଚେତନତା ରଥ
ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ପ୍ରୟାସ: ଗାଁରୁ ବାହାରି ଜାତୀୟ ସ୍ତରରେ ଚମକୁଛନ୍ତି ଢେଙ୍କାନାଳ ଓ ଆନୁଗୋଳର ଯୁବ ଭଲିବଲ୍ ପ୍ରତିଭା ପ୍ରତିଭା ଗାଁର ହେଉ କି ସହରର, ଯଦି ତାକୁ ସଠିକ୍ ସୁଯୋଗ ମିଳେ, ତେବେ ଗାଁ ଗହଳିର ମାଟି ପଡ଼ିଆରୁ ବାହାରିଥିବା ପିଲାମାନେ ମଧ୍ୟ ଜାତୀୟ ସ୍ତରରେ ନାଁ କରିପାରିବେ ।ଏମିତି ଏକ ବଡ଼ ସ୍ୱପ୍ନର କାହାଣୀ ଗଢ଼ାହେଉଛି ଢେଙ୍କାନାଳ ଓ ଆନୁଗୋଳ ଜିଲ୍ଲାରେ । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଫ), ମେରାମଣ୍ଡଳୀ ପକ୍ଷରୁ ମାତ୍ର ୧୧ ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଭଲିବଲ୍ ଖେଳ, ଲୋକଦ୍ରୁତ ହୋଇପାରିଛି । ୩ ବର୍ଷ ମଧ୍ୟରେ ଏଠାକାର ଖେଳାଳିଙ୍କ...
ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ ନୂତନ ବସ୍ତ୍ର ଓ ସାନିଟାରୀ ପ୍ୟାଡ ବଣ୍ଟନ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ କୁନି ପିଲାଙ୍କୁ ନୂତନ ବସ୍ତ୍ର ଓ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ଼ ଦିଆଗଲା।ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମର ଏକ ବସ୍ତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଗଲା।ବଣ୍ଟନ କାର୍ଯ୍ୟ ସମେତ ଋତୁସ୍ରାବ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଗଲା।ଏଥିରେ ସମାଜସେବୀ ଶୁଭ ପଣ୍ଡା ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘର କାର୍ଯ୍ୟକର୍ତ୍ତା ସୌମ୍ୟା ମିଶ୍ର ଓ ଗୁଡ଼ି ଶତପଥୀ ଉପସ୍ଥିତ ରହିଥିଲେ।ସହଯୋଗର ହାତ ବଢ଼େଇ ଥିଲେ ସୁଦୀପା ମିଶ୍ର, ସୌମ୍ୟ ରଂଜନ ପାଢ଼ୀ, ବିଶ୍ୱଜିତ୍...
ଗୃହିଣୀରୁ ସଫଳ କ୍ୟାଟରିଂ ବ୍ୟବସାୟୀ ‘ସୁକାନ୍ତୀ ନାୟକ’ ମେରାମଣ୍ଡଳୀ, ୧୧.୦୬.୨୦୨୬: କ୍ୟାଟେରିଂ ବ୍ୟବସାୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡ଼ା ଗ୍ରାମର ସୁକାନ୍ତି ନାୟକ । ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଗୃହଲକ୍ଷ୍ମୀ ସମବାୟ ସମିତିରୁ ମାତ୍ର ୧୫ ହଜାର ଟଙ୍କାର ପ୍ରାଥମିକ ଋଣ ନେଇ ଆରମ୍ଭ କରିଥିବା ବ୍ୟବସାୟରେ ଏବେ ମାସିକ କାରବାର ୧ଲକ୍ଷରୁ ଅଧିକ ହେଉଥିବା ବେଳେ ପାଖାପାଖି ୫୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ବାହାରୁଛି । ରୋଷେଇ ପ୍ରତି ଥିବା ନିଜର ଆଗ୍ରହକୁ ସେ ଏକ ସଫଳ ବ୍ୟବସାୟରେ ପରିଣତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା...
ନୀତା ନୃତ୍ୟାଙ୍ଗନା ଛାତ୍ରୀ ଙ୍କ ସଫଳତାହିମାଚଳପ୍ରଦେଶ ଶିମଲା ସ୍ଥିତ କାଲିବାରି ହଲ୍ ଠାରେ ରେ ଅନୁଷ୍ଠିତ ହେଉଥିବା ୭୧ତମ ଏଲ ଇଣ୍ଡିଆ ଆର୍ଟିଷ୍ଟ ଆସୋସିଏସନ୍ ତରଫରୁ ନୃତ୍ୟ ଓ ନାଟକ ପ୍ରତିଯୋଗିତା ଜୁନ୍ ୬ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏଥିରେ ନୀତା ନୃତ୍ୟାଙ୍ଗନା ( ନୃତ୍ୟ ଓ ସଙ୍ଗୀତ) ଅନୁଷ୍ଠାନ ର ସମୀକ୍ଷା ପଣ୍ଡା ଓ ଦିବ୍ୟାଂଶୀ ଦାଶ ସର୍ବକନିଷ୍ଠ ବିଭାଗ ରେ ଏକକ ଲୋକ ନୃତ୍ୟ( ସମ୍ବଲପୁରୀ) ରେ ଅଂଶ ଗ୍ରହଣ କରିଥିଲେ | ଏହି ପ୍ରତିଯୋଗିତା ରେ ୨୬୦ ଜଣ ରୁ ଅଧିକ ବିଭିନ୍ନ ରାଜ୍ୟ କଳାକାର ଭାଗ ନେଇଥିବା ବେଳେ ନୀତା ନୃତ୍ୟାଙ୍ଗନା ର...
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଢେଙ୍କାନାଳ ବନ ବିଭାଗର ମିଳିତ ସହଯୋଗରେ ହାତୀ ସୁରକ୍ଷା ନେଇ ଆଲୋଚନା ଚକ୍ର ହିନ୍ଦୋଳ, ଜୁନ୍ ୧୦, ୨୦୨୬: ଢେଙ୍କାନାଳ ବନ ବିଭାଗ ଏବଂ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ମିଳିତ ଅନ୍ୟୁକ୍ୟୁଲ୍ୟରେ ହିନ୍ଦୋଳ ଓଡି -୧୯ ଠାରେ “ମାନବ-ହାତୀ ସହବସ୍ଥାନ ଏବଂ ସୁରକ୍ଷା” ଉପରେ ଏକ ଆଲୋଚନାଚକ୍ର ବୁଧବାର ଦିନ ଆୟୋଜିତ ହୋଇଯାଇଛି। ସ୍ନେହା’ ଏନଜିଓର ପ୍ରତିନିଧିମାନେ ଏଥିରେ ସହଯୋଗ କରିଥିଲେ। ମଣିଷ ଓ ହାତୀ ମଧ୍ୟରେ ବଢୁଥିବା ବିବାଦର ବିଭିନ୍ନ ଦିଗ ତଥା ଏକ ସୁରକ୍ଷିତ ଭବିଷ୍ୟତ ଗଠନ ଦିଗ ପାଇଁ ବାଟ ଖୋଜିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସଚେତନତା ଧର୍ମୀ ଆଲୋଚନା ଚକ୍ରରେ...
ଢ଼େଙ୍କାନାଳ ମାର୍ବଲ ମିସ୍ତ୍ରୀ ସଙ୍ଘ ତରଫରୁ ଧାରଣା ଶେଷଅଦ୍ୟ ତା ୧୦/୦୬/୨୦୨୪ ରିଖ ବୁଧବାର କୋରୀଂହା ହରେକୃଷ୍ଣ ଗୋଦାମ ଭଡ଼ା ଘର ଢ଼େଙ୍କାନାଳ ମାର୍ବଲ ସଙ୍ଘର ସଭା ଅନୁଷ୍ଠିତ ହେଇଥିଲାଏହିସଭାରେ ସଙ୍ଘର ସଭାପତି ବିଦୁର ନାୟକ ସଭାପଟିତ୍ୟ କରିଥିଲେ ମାର୍ବଲ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଘ ତତଫରୁ ତା,୦୫,୦୬,୨୦୨୪ଠାରୁ୧୦,୬,୨୦୨୬, ରିଖ ପଯ୍ୟନ୍ତ ଦୀର୍ଘ ୬ଦିନ ଧରି ଶାନ୍ତି ପୁର୍ଣ୍ଣ ଭାବେ ସମସ୍ତ ସଭ୍ୟ ମାନେ ମାର୍ବଲ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଥିଲେ ଉକ୍ତ ୬ଦିନ ମଧ୍ୟରେ ଅମ୍ଭେ ଜିଲାପାଳ କାର୍ଯ୍ୟାଳୟ ଯାଇ ଅତିରିକ୍ତ ଜିଲାପାଳ ଏବଂ ଲେବର ଅଫିସ ଯାଇ ଲେବର କମିଶନ ଙ୍କୁ ଭେଟିଥିଲୁ ଏବଂ ଆମର ଅପତି ଅଭିଯୋଗ...
ଢେଙ୍କାନାଳ କଂଗ୍ରେସ୍ ପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦ୍ଘାଟିତ । ଅଦ୍ୟ ତା ୯.୬.୨୬ ରିଖ ଢେଙ୍କାନାଳ ତହସିଲ୍ ଅଫିସ୍ ସମ୍ମୁଖରେ ଅବସ୍ଥିତ କଂଗ୍ରେସ ପଡ଼ିଆ ରେ ଢେଙ୍କାନାଳ ବାଣିଜ୍ୟ ମେଳା ହୋଇଯାଇଅଛି। କଂଗ୍ରେସ ର ବରିଷ୍ଠ ସଦସ୍ୟ ଶ୍ରୀ ରୁଦ୍ର ପ୍ରକାଶ ସରଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ନୁରୁଲ୍ ଇସଲାମ୍, ପୁରାତନ ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ମିତାରାଣୀ ସାମଲ୍, ଟାଉନ୍ ସଭାପତି ବିକାଶ କୁମାର ସ୍ୱାଇଁ, ମହିଳା ଉପସଭାନେତ୍ରୀ ରୁମେନା ବେଗମ୍ ଉପସ୍ଥିତ ଥିଲେ।ଏହି ମେଳା ଟି ତା ୮.୬.୨୬...
ସଫଳତା ଦେଇଛି ଜୈବିକ ଚାଷ, ବାଇଗଣ ଚାଷରୁ ମାସିକ ଆୟ ୬୦ହଜାର ଢେଙ୍କାନାଳ, ୦୮/୦୬/୨୦୨୬: ଆଧୁନିକ ପଦ୍ଧତିରେ ଚାଷ କରି ସଫଳତା ପାଇ ପାରିଛନ୍ତି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଶିବପୁର ପଞ୍ଚାୟତ କୋଚିଲାମଡ଼ା ଗ୍ରାମର କ୍ଷୀରୋଦ ଚନ୍ଦ୍ର ବେହେରା । ଟାଟା ଷ୍ଟିଲ୍ ଫାଉଣ୍ଡେସନ(ଟିଏସ୍ଏଫ୍)ର ବୈଷୟିକ ସହାୟତା ଓ ପ୍ରଶିକ୍ଷଣ ଯୋଗୁ ସେ ଆଜି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରି ମାସିକ ପ୍ରାୟ ୬୦ହଜାର ଟଙ୍କା ରୋଜଗାର କରୁଛନ୍ତି । ଏହି ପ୍ରୟାସ ପାଇଁ ନିଜ ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି କ୍ଷୀରୋଦ ।ଗତ ଚାରି ବର୍ଷ ଧରି ଟିଏସ୍ଏଫ୍ର ମାର୍ଗଦର୍ଶନ ଓ ସହାୟତାରେ ସେ କୃଷି କ୍ଷେତ୍ରରେ ଅନେକ...
ଢେଙ୍କାନାଳ ରେ ଜିଲ୍ଲା ପ୍ରସାଶନ ଓ ଓରମାସ୍ ପକ୍ଷରୁ ଆମ୍ବ ମେଳା ଉଦ୍ଘାଟିତ ଢେଙ୍କାନାଳ, ୦୮ ଜୁନ ୨୦୨୬: ଗ୍ରାମାଞ୍ଚଳର ଆମ୍ବ ଚାଷୀମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା, ମଧ୍ୟସ୍ଥଙ୍କ ହସ୍ତକ୍ଷେପ ଦୂର କରିବା ଏବଂ ଉପଭୋକ୍ତାମାନଙ୍କୁ ୧୦୦ ପ୍ରତିଶତ ପ୍ରାକୃତିକ ଭାବେ ପାଚିଥିବା ସତେଜ ଆମ୍ବ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଓରମାସ୍, ଢେଙ୍କାନାଳ ପକ୍ଷରୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଷ୍ଟାଡିୟମ ନିକଟ, ଢେଙ୍କାନାଳ ଠାରେ ଏକ ଆମ୍ବ ମେଳାର ଆୟୋଜନ କରାଯାଇଛି। ଏହି ଆମ୍ବ ମେଳାକୁ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଢେଙ୍କାନାଳ ଶ୍ରୀମତୀ ସୈ।ଦାମିନୀ ସାହୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ମୁଖ୍ୟ...










All rights reserved. Designed by Inter Softech