ତାଳଚେର ଅଂଚଳରେ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜିିଛି ଭାଇରାଲ ଜ୍ୱର ତାଳଚେର, ୨୭/୦୭ ଋତୁର ପରିବର୍ତନ ହେଉଥିବା ବେଳେ ଏବେ ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପରିବର୍ତନ କରିପକାଉଛି । ପିଲା ଠାରୁ ବୁଢ଼ାଯାଏଁ ଯାହାକୁ ଦେଖିବ ଥଣ୍ଡା, କାଶ, ଜ୍ୱର । ଏହି ଋତୁର ପରିବର୍ତନରେ ଖାପ ଖାଉନି ସ୍ୱାସ୍ଥ୍ୟବସ୍ଥା । ଜ୍ୱର ଲୋକଙ୍କୁ ଅଣାୟତ କରିପକାଉଛି । ଏବଂ ଅଂଚଳର ମେଡ଼ିକାଲ ଗୁଡ଼ିକରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି, କିଏ ମେଡ଼ିସିନ୍ ଆଣି ଘରେ ଚିକିତ୍ସିତ ହେଉଛି ତ ଆଉ କିଏ ମେଡ଼ିକାଲ ବେଡ଼୍ରେ । ଯାହାର ପ୍ରତିକ୍ରିୟା ନେବାକୁ ଚାହିଁଲେ ସେଇ ଗୋଟିଏ କଥା ଭାଇରାଲ୍ ଜ୍ୱର...






