ଜଯପୁର : ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ । ସକଳ ୬ ଟାରୁ ସନ୍ଧ୍ୟା ୬ ଟା ଯାଏ ଏହି ବନ୍ଦ ରହିବ । ତେବେ ଏହି ବନ୍ଦ କାଗଜ କଳା କାର୍ଯ୍ୟକ୍ଷମ ହେବା ଦାବିରେ କରାଯାଇଛି । ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡକରା ଦିଆଯାଇଛି । ଦୋକାନ ବଜାର ବନ୍ଦ ରହିଥିବାବେଳେ ରାସ୍ତା ଘାଟ ବି ବନ୍ଦ ରହିଛି ।
ଜଯପୁର : ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ । ସକଳ ୬ ଟାରୁ ସନ୍ଧ୍ୟା ୬ ଟା ଯାଏ ଏହି ବନ୍ଦ ରହିବ । ତେବେ ଏହି ବନ୍ଦ କାଗଜ କଳା କାର୍ଯ୍ୟକ୍ଷମ ହେବା ଦାବିରେ କରାଯାଇଛି । ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡକରା ଦିଆଯାଇଛି । ଦୋକାନ ବଜାର ବନ୍ଦ ରହିଥିବାବେଳେ ରାସ୍ତା ଘାଟ ବି ବନ୍ଦ ରହିଛି ।
ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JE ପ୍ରଦେଶ ନାୟକଙ୍କୁ ଭିଜିଲାନ୍ସ ଧରିଛି। ସଦର ମହକୁମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପରବେଶ ନାୟକ। ବିଦ୍ୟୁତ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ। ସେହି ସମୟରେ ମାଡିବସିଲା ଭିଜିଲାନ୍ସ। ଜୁନିଅର ଇଞ୍ଜିନିୟରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି। ତେବେ କୋରାପୁଟ ଭିଜିଲାନ୍ସ ତାଙ୍କ ବିରୋଧରେ ପିଏସ ମାମଲା ନଂ ୦୧/୨୦୨୬, ୭ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ରୁଜୁ କରି ତଦନ୍ତ ଜାରି ରଖିଛି।
କୋରାପୁଟ: ଜିଲା କୋଟପାଡ଼ ଥାନା ଅନ୍ତର୍ଗତ ବଣ୍ଡାଗୁଡ଼ାରେ ସୋମବାର ଏକ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଏକ ଘରେ ଦୁଇ ଜଣ ବ୍ୟକ୍ତି ଏହି ନକଲି ମଦ କାରଖାନା ଚଳାଉଥିଲେ। ବିଭିନ୍ନ ରସାୟନିକ ସାମଗ୍ରୀ ମିଶ୍ରଣ କରି ନାମୀଦାମୀ ବ୍ରାଣ୍ଡର ମଦ ପ୍ରସ୍ତୁତ କରି ବାହାରକୁ ଚାଲାଣ କରୁଥିଲେ। ଏ ନେଇ ଖବରପାଇ କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ସେଠାରୁ ବିପୁଳ ପରିମାଣର ନକଲି ମଦ ଜବତ ହୋଇଛି। ଏସବୁ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଦୁଇ ମାଲିକ ଫେରାର ହୋଇଯାଇଛନ୍ତି।...
ଜୟପୁର: କୋରାପୁଟକୁ ୫୪୫ କୋଟିର ଭେଟି । ପରବର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଜିଲ୍ଲା ପାଇଁ ୫୪୫ କୋଟିରେ ୮୬ଟି ପ୍ରକଳ୍ପ ରହିଛି । ୫୨୧ କୋଟି ଟଙ୍କାର ୭୦ଟି ପ୍ରକଳ୍ପ ପାଇଁ ସେ ଭିତ୍ତିପ୍ରସ୍ତର ଦେଇଛନ୍ତି । ୨୪କୋଟିର ୧୬ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।କୋରାପୁଟ କେବଳ ଓଡିଶା ନୁହେଁ ବର୍ତ୍ତମାନ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲାଣି । ଏଠାକାର କଫି, ମାଣ୍ଡିଆ, କଳାଜିରା ଧାନ ଓ କୋଟପାଡ଼ ମିରିଗlନି ଶାଢ଼ୀ ବିଶ୍ୱ ସ୍ତରରେ ତାର ବିଶେଷତ୍ୱ ତିଆରି କରିଛି । ମୁଖ୍ୟମନ୍ତ୍ରୀ...
କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି କୋର୍ଟରେ ମାମଲା ଡାଏରୀ ଦାଖଲ କରିବା ପାଇଁ ଉକ୍ତ ପିଏସ୍ରେ ପୂର୍ବରୁ ପଞ୍ଜୀକୃତ ଏକ ମାମଲାରେ କୋର୍ଟରେ ଦାଖଲ କରିଥିଲେ।ଯାହାର ସେ ତଦନ୍ତକାରୀ ଅଧିକାରୀ ଥିଲେ। ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା ଏବଂ କୋର୍ଟ ଏହି ମାମଲାରେ କେସ୍ ଡାଏରୀ ଡାକରା ଦେଇଥିଲେ। କେସ୍ ଡାଏରୀ ଦାଖଲ କରିବା ଏବଂ ଜାମିନ ପାଇଁ, ହାଁସଦା ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।ଯିଏ ଏହି ଘଟଣା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।...
କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ପିଠ ରେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ ଏବେ ସାରା ରାଜ୍ୟ ରେ ଶୀତ ଲହରୀ ଜାରି ରହିଛି l କୋରାପୁଟ ଜିଲ୍ଲା ରେ ଶୀତ ର ପ୍ରଭାବ ଅଧିକ ରହୁଛି l ରାତି ର ତାପମାତ୍ରା 5 ଡିଗ୍ରୀ ବି ହୋଇଯାଉଛି l କୋରାପୁଟ ଜିଲ୍ଲାର ଅନ୍ୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ରୁ ବାବା ଗୁପ୍ତେଶ୍ୱର ପୀଠ ଅନ୍ୟତମ ଅଟେ l ଅନେକ ଭକ୍ତ ଏଠାକୁ ଆସିଥାନ୍ତି l ଏହି ଭକ୍ତ ଙ୍କ ଠାରୁ କିଛି ଦାନ ଆଶା ରେ କିଛି ଭିକ୍ଷୁକ ଏଠାରେ ପାହାଚ ରେ ବସିଥାନ୍ତି l ଅର୍ଥ ର...
ଆଜି ୧୨୭ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚା’ ସହିତ କୋରାପୁଟ କଫି କଥା କହିଲେ ମୋଦି ।ସେ କହିଛନ୍ତି ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚାକିରି ଛାଡ଼ି କଫି ଚାଷରେ ଅନେକ ଲୋକ ମନ ବଳାଉଛନ୍ତି। ଏହା ସହ କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି।ସେହିପରି କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଛଟ୍ ପର୍ବ ହିଁ...
ଭୁଶୁଡ଼ିଲା ମାର୍କେଟ୍ କମ୍ପେ୍ଲକ୍ସ ଛାତ । ଛାତ ଥଳେ ୪ ଜଣ ଚାପି ହୋଇ ରହିଥିବା ଆଶଙ୍କା । କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଅଘଟଣ । ପୋଲିସ ଓ ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ପୋଲିସ ଓ ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଏ ଘଅଘଟଣ ଘଟିଥିବା କୁହାଯାଉଛି । ଆଜି ଅପରାହ୍ଣ ସମୟରେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଥିବା ମାର୍କେଟ୍ କମ୍ପ୍ଲେକ୍ସର ଛାତ ଭୁଶୁଡ଼ି ଥିଲା। ଏହି ଅପ୍ରୀତିକର ଅଘଟଣ ଯୋଗୁଁ ଭଗ୍ନାବଶେଷ ତଳେ କିଛି ଲୋକ ଚାପି ହୋଇଯାଇଥିଲେ। ସୂଚନା ପାଇ ପୁଲିସ...
କୋରାପୁଟ: କୋରାପୁଟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଏଏସଆଇଙ୍କ ଅଭାବନୀୟ କାଣ୍ଡ। ଏଏସଆଇ ଚମରା ନାୟକ ନିଜ ଗଳା କାଟି ଗୁରୁତର ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର କୋଟପାଡ଼ରେ ସ୍ପେସାଲ ଜଷ୍ଟିସଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ କୋରାପୁଟ ମୁଖ୍ୟ କାର୍ଯ୍ୟାଳୟରୁ ଚମରାଙ୍କୁ ନିୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମ ସରିବା ପରେ ସାଥୀ କର୍ମଚାରୀଙ୍କ ସହ ଏଏସଆଇ ଚମରା କୋଟପାଡ଼ରେ ଥିଲେ। କିନ୍ତୁ କୌଣସି କାରଣରୁ ନିଜ ଗଳା ନିଜେ କାଟି ଦେଇଥିବା ସୂଚନା ମିଳିଛି।।ତେବେ ଗୁରୁତର ଅବସ୍ଥାରେ ତାଙ୍କୁ କୋଟପାଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ପରେ ଜିଲ୍ଲା...
କୋରାପୁଟ: ଥମୁନି ଗଞ୍ଜେଇ ଚୋରା ଚାଲାଣ। କୋରାପୁଟ ଜିଲ୍ଲା ଲମତାପୁଟ ପୁଡିଙ୍ଗ ଜଙ୍ଗଲରୁ ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ସବୁ ରାଜସ୍ଥାନକୁ ଚାଲାଣ ହେଉଥିଲା। ଖବର ପାଇ ମାଡିବସିଲା ପୋଲିସ। ଗଞ୍ଜେଇ ଚାଲାଣ ବେଳେ ରାସ୍ ଛକ ନିକଟରେ ପୋଲିସ୍ ହାତରେ ଧରାପଡିଛି। ଘଟଣାରେ ପୋଲିସ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚୁରା କରିଛି । ଏହାସହ ସମସ୍ତ ଗଞ୍ଜେଇ ଜବତ କରିଛି। ତେବେ ଟ୍ରକ ଭିତରେ ଚାରା ଥିଲା। ଏହି ଚାରା ଭିତରେ ୧ ଟନ୍ରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିଲା।ପୋଲିସ ଡ୍ରାଇଭରକୁ ଗିରଫ କରିବା ସହ ଉକ୍ତ ଟ୍ରକ ମଧ୍ୟ ଜବତ କରି ଅଧିକ ତଦନ୍ତ...










All rights reserved. Designed by Inter Softech