ଭୁବନେଶ୍ଵର: ଅପରାଧ ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ ଚାଲିଥିବା ଓଡ଼ିଶା ପୋଲିସର ନିରନ୍ତର ଅଭିଯାନକୁ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ରାଉରକେଲା ପୋଲିସ ସେକ୍ଟର-୧୫ ଥାନା ଅନ୍ତର୍ଗତ ଓଡ଼ିଶା-ଝାଡଖଣ୍ଡ ସୀମାଞ୍ଚଳରେ ଥିବା ଲୁଆକେରା ଗ୍ରାମରେ ଚଢ଼ାଉ କରି ଏକ ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗକୁ ଠାବ କରିଛି।ଏହି ଘଟଣାରେ ସମ୍ପୃକ୍ତ ଥିବା ବହାନ କଂସାରୀ (୪୮) ଏବଂ ଦିଲୀପ କଂସାରୀ (୫୯)ଙ୍କୁ ଗିରଫ କରିଛି। ଉଭୟ ଅଭିଯୁକ୍ତ ରାଉରକେଲା ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଗ୍ରାମର ବାସିନ୍ଦା।ଏହା ସହ ନଗଦ ଟଙ୍କା ୨୮,୩୯,୪୦୦/- ଟଙ୍କା, ୪୦୫ ଗ୍ରାମ ସୁନା ଅଳଙ୍କାର, ୬୦୦ ଗ୍ରାମ ରୂପା ଅଳଙ୍କାର, ୦୩ଟି ଚାରିଚକିଆ ଯାନ, ୦୪ଟି...



