ବ୍ରହ୍ମପୁର, ୫/୮ : ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିଷ୍ଠାପର ଜନସେବା ଓ ଉଚ୍ଚ ମାନବୀୟ ସମ୍ବେଦନଶୀଳତାର ଆଉ ଏକ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ବ୍ରହ୍ମପୁର ରେଳଷ୍ଟେସନ୍ ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଜଣାଇ ଗୋଳନ୍ଥରା ସ୍ଥିତ ‘ବନ୍ଦେ ମାତରମ୍’ କାର୍ଯ୍ୟାଳୟକୁ ଫେରୁଥିବା ସମୟରେ, ଜାତୀୟ ରାଜପଥ କନିସି ସ୍ଥିତ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଅଟୋ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିବା ମାନ୍ୟବର ମନ୍ତ୍ରୀ ଦେଖିବାକୁ ପାଇଥିଲେ । ଦୁର୍ଘଟଣାଗ୍ରସ୍ତ ଅଟୋରେ ଗୁରୁତର ଆହତ ହେଇଥିବା ଦୁଇ ଜଣ ମହିଳାଙ୍କ...



