ଆଜି ଇସ୍ରୋର ବଡ଼ ମିଶନ । ମହାକାଶକୁ ଯିବ ୧୬ଟି ସାଟେଲାଇଟ୍ । ଉଡ଼ିବ PSLV-C62 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ଏବଂ NSIL ମିଳିତ ଭାବେ ଆଜି ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତ୍କ୍ଷେପଣ କରିବାକୁ ଯାଉଛନ୍ତି । ସକାଳ ୧୦ଟା ୧୭ ମିନିଟରେ ରହିଛି ମିଶନ । ଏହା ହେଉଛି PSLV ର ୬୪ତମ ଉଡ଼ାଣ। ଏଥିରେ PSLV-DL ଭାରିଆଣ୍ଟ ବ୍ୟବହାର କରାଯାଉଛି ।




