୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଟ୍ରାଫିକ ଇନସ୍ପେକ୍ଟର, ଭିଜିଲାନ୍ସର ଚଢ଼ାଉ ସୁନ୍ଦରଗଡ଼, ୩ ଅଗଷ୍ଟ: ପରିବହନ ବିଭାଗର ଟ୍ରାଫିକ ଇନସ୍ପେକ୍ଟର ମୁକେଶ ମିଶ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଗାଡ଼ି ଚାଲାଣ ପାସ୍ କରାଇ ଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ରାଉରକେଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ତାଙ୍କୁ ରଙ୍ଗେହାତ ଧରିଥିଲା। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ନିକଟରେ ଲାଞ୍ଚ କାରବାର ଚାଲିଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ପୂର୍ବ ଯୋଜନା ଅନୁସାରେ ଚଢ଼ାଉ କରି ମୁକେଶ ମିଶ୍ରଙ୍କୁ କାବୁ କରିଥିଲେ। ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଏହାପରେ ଭିଜିଲାନ୍ସ...



