ସୁବର୍ଣ୍ଣପୁର : ଓଡିଶା ସରକାରଙ୍କ ଗୃହ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନା କକ୍ଷରେ ସୋନପୁର ପୌର ପରିଷଦ ସହ ବିନିକା ଓ ତରଭା ଏନଏସିରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ପୂଙ୍ଖାନୁପୂଙ୍ଖ ସମୀକ୍ଷା କରିଥିଲେ। ସହରର ପରିମଳ ବ୍ୟବସ୍ଥା ର ସମୀକ୍ଷା କରିବା ସହିତ ସୋନପୁର ସହରର ସମସ୍ତ ଡ୍ରେନ୍ ନିୟମିତ ସଫା କରିବା ଓ ସଠିକ୍ ପରିମଳ ବ୍ୟବସ୍ଥା ସୁଚାରୁ ରୂପରେ ନିର୍ବାହ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝିଙ୍କୁ କହିଥିଲେ। ପୁରୁଣା ଡ୍ରେନ୍ ମରାମତି ସହ ଯୋଜନାବଦ୍ଧ...










