ରେଳ ଭିତ୍ତିଭୂମିକୁ ଆହୁରି ଦୃଢ଼ କରିବା ସହ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି ଭାରତୀୟ ରେଳ। ଏହି କ୍ରମରେ ରାଷ୍ଟ୍ର ଉଦ୍ଦେଶ୍ୟରେ ୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉତ୍ସର୍ଗ କରାଯାଇଛି। ଶନିବାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁରଠାରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ପୂର୍ବତଟ ରେଳପଥ ଅଧୀନରେ ବିକଶିତ ଦୁଇ ଗୁରୁତ୍ୱପୂର୍ଣ୍ଣ ମଲ୍ଟି ଟ୍ରାକିଂ ରେଳ ପ୍ରକଳ୍ପର ଲୋକାର୍ପଣ କରିଥିଲେ।



