Spread the love

ହିନ୍ଦ ମଜଦୁର ସଭାର ୧୫ତମ ରାଜ୍ୟ ସମ୍ମିଳନୀ ଉଦଯାପିତ
ଶ୍ରମିକ ଓ କର୍ମଜୀବି ବିରୋଧୀ ଆଇନର ପ୍ରତ୍ୟାହାର ଦାବି

ତାଳଚେର,୨୭/୯: ହିନ୍ଦ ମଜଦୁର ସଭା (ଏଚ ଏମ୍ ଏସ) ର ଓଡିଶା ପକ୍ଷରୁ ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ୧୫ତମ ଦୁଇଦିନିଆ ରାଜ୍ୟ ସମ୍ମିଳନୀ ରବିବାର ଦିନ ଉଦଯାପିତ ହୋଇଯାଇଛି l ସାଉଥବଲଣ୍ଡା ସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଉଦଯାପନୀ ଦିବସରେ ଶ୍ରମିକ ସଂଗଠନ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲା । ସେଠାରେ ଏକ ସାଧାରଣ ସଭା ହିନ୍ଦ ମଜଦୁର ସଭାର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିଲା l ଏହି ସଭାରେ ଅତିଥି ଭାବେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ, ପ୍ରୀତିରଞ୍ଜନ ଘଡେଇ, ପ୍ରଫୁଲ୍ଲ ମଲ୍ଲିକ, ଶ୍ରୀକାନ୍ତ ସାହୁ, ପୂର୍ବତନ ସାଂସଦ ରବି ପାଣି, ପୂର୍ବତନ ବିଧାୟକ ଅଳକା ମହାନ୍ତି, ଉମା ବଲ୍ଲଭ ରଥ, ଯୋଗ ଦେଇଥିବା ବେଳେ ଶ୍ରମିକ ସଂଗଠନର ପ୍ରତିନିଧି ଭାବେ ଏ.ଆଇ.ଟି.ୟୁ.ସି ର ଏସ.କେ ଶର୍ମା, ବି.ଏମ.ଏସର ବାଦଲ ମହାରଣା, ଏଚ.ଏମ.ଏସର ଲତିକା ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ମହାନ୍ତି, ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ ପ୍ରମୁଖ ଉଦବୋଧନ ଦେଇଥିଲେ । ଦେଶରେ ସୃଷ୍ଟି ହୋଇଥିବା ଅବିଶ୍ଵସନୀୟ ଶ୍ରମିକ ଓ କର୍ମଜୀବି ବିରୋଧୀ ଆଇନର ପ୍ରତ୍ୟାହାର ସହିତ ଅନ୍ୟାନ୍ୟ ସଂଗଠିତ ଓ ଅସଂଗଠିତ ଶ୍ରମ ସମସ୍ୟା ସମ୍ପର୍କରେ ଉଦବୋଧନ ଦେଇଥିଲେ l ଅବ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବାବେଳେ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥଲାବେଳେ ଅଭ୍ୟର୍ଥନା କମିଟିର ସମ୍ପାଦକ ବାବୁଲାଲ ଖଣ୍ଡୁଆଳ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ ହୋଇଥିବା ବେଳେ ଶେଷରେ ଶ୍ରମିକ ନେତା ପ୍ରକାଶ କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *