ଜିଲ୍ଲାପାଳଙ୍କ ଦ୍ଵାରା ଜାତୀୟ ପଲସ ପୋଲିଓ ଟୀକାକରଣ ର ଶୁଭ ଉଦଘାଟନ

ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଜାତୀୟ ପଲସ ପୋଲିଓ ଟୀକାକରଣ ର ଶୁଭ ଉଦଘାଟନ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିଦ୍ଧାର୍ଥଶଙ୍କର ସ୍ବାଇଁ ଙ୍କ କରାମଣ୍ଡଳ ରେ ତା ୩୧ / ୦୧ / ୨୦୨୧ ରିଖ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଥିଲା । ଜିଲ୍ଲାରେ ପୋଲିଓ ଟୀକାକରଣ ପାଇଁ ମୋଟ ୧୨୦୨୨୮ ଜଣ ଜନ୍ମ ରୁ ପାଞ୍ଚବର୍ଷ ମଧ୍ୟରେ ଶିଶୁ ଙ୍କୁ ଟୀକାକରଣ କରାଯିବାର ଲକ୍ଷ ରଖା ଯାଇଥିଲା । ଆଜି ପ୍ରଥମ ଦିନ ବୁଥ କାର୍ଯ୍ୟକ୍ରମ ରେ ସର୍ବମୋଟ ୮୫ % ପ୍ରତିଶତ ପିଲା ପୋଲିଓ ବୁନ୍ଦା ଖାଇଛନ୍ତି । ଜିଲ୍ଲା ରେ ମୋଟ ୧୦୨୬୮୩ ଜଣ ପିଲା ଏହି ପୋଲିଓ ବୁନ୍ଦା ଖାଇଛନ୍ତି । ଆଠମଲ୍ଲିକ ବ୍ଲକ ରେ ସର୍ବାଧିକ ୯୩ % ପିଲା ଏହି କାର୍ଯ୍ୟକ୍ରମ ରେ ଉପକୃତ ହୋଇଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ , ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ର କର୍ମକର୍ତ୍ତା ମନେ ଏହି କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ । ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧୁକାରୀ ଡ଼ ଅଭୟ କୁମାର ଦାଶ , ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ବିଶ୍ବରଞ୍ଜନ ରଥ ଓ ସ୍ୱାସ୍ଥ୍ୟ ବିଭାଗ ର ପ୍ରମୁଖ ଅଧିକାରୀ ମାନେ ବିଭିନ୍ନ ବ୍ଲକ ପରିଦର୍ଶନ କରିବା ସହ ଏହି କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ ।



