ଅନୁଗୋଳ ଜିଲ୍ଲାରେ ହୋଲି ଓ ଦୋଳପୂର୍ଣ୍ଣିମା ପାଳନ ପାଇଁ କଟକଣା

ଜେ ବି ଏନ, ୨୪/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଅନୁଗୋଳ ଜିଲ୍ଲାରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଦୋଳ ପୂର୍ଣ୍ଣିମା ଓ ହୋଲି ରେ କଟକଣା ଜାରି କରିଛନ୍ତି l ଆସନ୍ତା ୨୮ ଓ ୨୯ ତାରିଖରେ ହେବାକୁ ଯାଉଥିବା ଦୋଳ ପୂର୍ଣ୍ଣିମା ଓ ହୋଲି ସମୟରେ ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ ଜନ ସମାଗମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି l ସେହିପରି ବାହାରେ ହୋଲି ଖେଳିବା ପାଇଁ ବାରଣ ଥିବା ବେଳେ ନିଜ ପରିବାର ଭିତରେ ହୋଲି ଖେଳ ସୀମିତ ରହିଛି l ଏହି ନିର୍ଦ୍ଦେଶନାମାକୁ ବେଖାତିର୍ କରି କୌଣସି ଧର୍ମାନୁଷ୍ଠାନ କିମ୍ବା ବ୍ୟକ୍ତି ଦୋଳପୂର୍ଣ୍ଣମୀ ଓ ହୋଲି ପାଳନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ୍ ୨୦୦୫ ସମେତ ଅନ୍ୟାନ ଆନୁସାଙ୍ଗୀକ ଆଇନ୍ ବଳରେ ଦଣ୍ଡ ବିଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏହି ନିର୍ଦ୍ଦେଶନାମା ରେ ଉଲ୍ଲେଖ କରିଛନ୍ତି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


