ଭୂବନେଶ୍ୱର, ୧୦/୧୧ : ରାଜଧାନୀରେ ହାଇୱେରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଛି । ଖଣ୍ଡଗିରି ଅଞ୍ଚଳରେ ଗ୍ୟାସ ଗନ୍ଧମୟ, ଭୟଭୀତ ହେଲ ସ୍ଥାନୀୟ ବାସିନ୍ଦା । ରାସ୍ତାରେ ଅଟକିଲା ଶତାଧିକ ଗାଡ଼ି । ଉପୁଜିଲା ଟ୍ରାଫିକ୍ ସମସ୍ୟା । ଦୀର୍ଘ ସମୟ କସରତ ପରେ ସ୍ଥିତି ନିୟନ୍ତ୍ରଣ କଲା ଅଗ୍ନିଶମ ବାହିନୀ । ଗ୍ୟାସ୍ ଲିକ୍ କାରଣରୁ ଖଣ୍ଡଗିରି ଅଞ୍ଚଳରେ ଗ୍ୟାସ ଗନ୍ଧମୟ ହୋଇଉଠିଥିଲା ।
ଫଳରେ ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକେ । ସୁରକ୍ଷା ଦୃଷ୍ଟରୁ ଉଭୟ ପାଶ୍ୱର୍ରୁ ଗାଡ଼ି ଚଳାଚଳ ବନ୍ଦ ରଖାଯାଥିଲା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସ୍ପ୍ରେ କରିବା ସହ ଏଇ ବିଶେଷଜ୍ଞ ଟିମ୍ ପହଞ୍ଚି ଲିକ୍ ହେଉଥିବା ଭାଲଭକୁ ବନ୍ଦ କରିଥିଲେ । ଫଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଏବଂ ଉଭୟ ପାଶ୍ୱର୍ରୁ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।



