Spread the love

ଅଦ୍ୟ ତା ୩୧.୩.୨୫ ରିଖ ସୋମବାର ଢେଙ୍କାନାଳ ଜାମା ମସଜିଦ ଠାରେ ଖୁବ୍ ଜାକଜମକର ସହିତ ଇଦ୍ ଉଲ୍ ଫିତର ପାଳନ ହୋଇ ଯାଇଅଛି। ସକାଳ ୯ ଘଟିକା ସମୟରେ ଜାମା ମସଜିଦ ରେ ସମୂହ ନମାଜ୍ ପାଠ ହୋଇଥଲା। ଏଥିରେ ମୁସଲମାନ ସମ୍ପ୍ରଦାୟ ର ସମସ୍ତ ଛୋଟ ବଡ ବ୍ୟକ୍ତି ବିଶେଷ ଯୋଗ ଦେଇ ପୁରା ବିଶ୍ଵ ପାଇଁ ପ୍ରାର୍ଥନା କରିଥିଲେ ଏବଂ ପରସ୍ପର କୁ ଆଲିଙ୍ଗନ କରି, ପରସ୍ପର ସହ ହାତ ମିଳାଇ ଶୁଭେଚ୍ଛା ଜଣାଇଲେ। ଇଦ୍ ହେଉଛି ଏକ ଭାଇଚାରା ର ପର୍ବ।କେବଳ ଯେ ମୁସଲମାନମାନେ ନୁହେଁ,ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଏହି ପର୍ବରେ ନିଜକୁ ସାମିଲ କରି ଆନନ୍ଦିତ ହେଉ ଥିବାର ପରିଲକ୍ଷିତ ହେଉଥିଲା।ଏହି ନମାଜ ପାଠ ରେ ଢେଙ୍କାନାଳ ଜାମା ମସଜିଦ ପରିଚାଳନା କମିଟି ର ସଭାପତି ଜନାବ ସମଦ୍ ବେଗ୍,ଉପ ସଭାପତି ଜନାବ୍ ହାଜି ମହମ୍ମଦ ଅଫଜଲ୍, ସମ୍ପାଦକ ଜନାବ୍ ହସରତ୍ ହୁସେନ୍, ସହ-ସମ୍ପାଦକ ଜନାବ୍ ନୁରୁଲ୍ ଇସଲାମ୍, କୋଷାଧ୍ୟକ୍ଷ ଜନାବ୍ ମନୱର୍ ବକ୍ସ, ସଭ୍ୟ ଜନାବ୍ ରିୟାଜ୍ ଅଲ୍ଲୀ, ବଶିଷ୍ଠ ଆଇନଜିବୀ ସୁଲେମାନ ଖାଁ,ବିଶିଷ୍ଟ ବ୍ୟକିବିଶେଷ ମାନଙ୍କ ମଧ୍ୟରେ ଜନାବ୍ ମୁନିର ବେଗ୍, ହାଜି ଜନାବ୍ ସରୱର୍ ଅଲ୍ଲୀ, ହାଜି ଜନାବ୍ ଅନସାର୍ ଅଲ୍ଲୀ, ହାଜି ଜନାବ୍ ଅମଜାଦ ଅଲ୍ଲୀ,ହାଜି ଜନାବ୍ ଆବିଦ୍ ଖାଁ, ହାଜି ଜନାବ୍ ସତ୍ତାର ଖାଁ, ସମାଜ୍ ସେବୀ ମୁକ୍ତାର୍ ଅଲ୍ଲୀ, ମାସୁକ୍ ମହମ୍ମଦ, ନାଜିର୍ ମହମ୍ମଦ,ହାଫିଜ୍ ଅହେମଦ୍ ସାହେବ୍, ଅହେସାନ୍ ଅଲ୍ଲୀ, ନୁରୁଲ୍ ମୁସ୍ତକିମ୍, ନୁରୁଲ୍ ମୁରସଲିନ୍, ମିର୍ଜା ମୁନିବ୍ ବେଗ୍ ପ୍ରମୁଖ ନମାଜ୍ ପାଠ ରେ ସାମିଲ୍ ହୋଇଥିଲେ। ସମାଜ୍ ସେବୀ ରାମଚନ୍ଦ୍ର ପାତ୍ର, ବିଜେଡିି ସାଂସଦ ପ୍ରାର୍ଥୀ ଇଂ ଅଭିନାଶ ସାମଲ ଜାମା ମସଜିଦ ରେ ପହଞ୍ଚି ସମସ୍ତ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଇଦ୍ ର ଅଭିନନ୍ଦନ ଜଣାଇଥିଲେ। ମସଜିଦ ପରିଚାଳନା କମିଟି ତରଫରୁ ଉଭୟ ନେତା ଙ୍କୁ ପୁଷ୍ପଗୁଚ୍ଛ ଓ ଉପ ଢ଼କୋନ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଘରେ ଘରେ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ସହ ସିମେଇ, ବିରୀୟାନି ରନ୍ଧା ଯାଇ ଆଗନ୍ତୁକ ମାନଙ୍କୁ ଆପ୍ୟାୟିତ କରାଯାଇଥିଲା।ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ନୂଆ ପୋଷାକ ପିନ୍ଧି ଖୁସି ମନାଇ ଥିଲେ। ଜାମା ମସଜିଦ ର ଇମାମ୍ ଜନାବ୍ ମୁଦାସିର୍ ଅହେମଦ୍ ନମାଜ୍ ପାଠ କରାଇଥିଲେ। ଜାମା ମସଜିଦ ର ମୌଜନ୍ ହାଫିଜ୍ ଜନାବ୍ ଜାକିର ସାହେବ୍ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *