ନନ୍ଦନକାନନରୁ ଯିବେ ୩ ପ୍ରଜାତିର ୭ ଜୀବଜନ୍ତୁ , ଆସିବେ ୧୮ ଜୀବଜନ୍ତୁ
ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ପୁଣି ଏକ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ରୀୟ ଚିଡ଼ିଆଖାନା ଅନୁମତି କ୍ରମେ ଆସନ୍ତା ୧୯ ତାରିଖରେ ନନ୍ଦନକାନନର ଏକ ଟିମ ଜନ୍ତୁ ଆଣିବା ପାଇଁ ଗୁଜୁରାଟ ଜୁନାଗଡ଼ର ସକରବାଗ୍ ଚିଡ଼ିଆଖାନାକୁ ଯାଉଛନ୍ତି । ଏହି ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ୩ ପ୍ରଜାତିର ୭ଟି ଜୀବଜନ୍ତୁ ଦେଉଥିବାବେଳେ ସକରବାଗ୍ ଚିଡ଼ିଆଖାନାରୁ ୩ ପ୍ରଜାତିର ୧୮ଟି ଜୀବଜନ୍ତୁ ଆଣିବ ।
ଆଣୁଥିବା ଜନ୍ତୁମାନଙ୍କ ମଧ୍ୟରେ ଦୁଇ ଯୋଡ଼ା କଲରାପତରିଆ ବାଘ, ଦୁଇ ଯୋଡ଼ା ଡେମୋଇସେଲ କ୍ରେନ ଓ ୫ ଯୋଡ଼ା ଜଙ୍ଗଲୀ ନାଲି କୁକୁଡ଼ା ଅଛନ୍ତି । ସେହିପରି ପ୍ରତିବଦଳରେ ଗୋଟିଏ ଅଣ୍ଡିରା ଓଟପକ୍ଷୀ, ୩ଟି କୁଜି ହରିଣ ଓ ୩ଟି ଚଉଶିଙ୍ଗା ଯିବେ ।ନନ୍ଦନକାନନ ଏହି ଅଦଳବଦଳ ପ୍ରକ୍ରିୟାରେ ଗୋଟିଏ ନୂଆ ପକ୍ଷୀ ଡେମୋଇସେଲ କ୍ରେନ ଆଣୁଥିବା ବେଳେ ଅନ୍ୟ ଜୀବଜନ୍ତୁମାନଙ୍କୁ ରକ୍ତ ସମ୍ପର୍କ ପରିବର୍ତ୍ତନ ପାଇଁ ଆଣୁଛି । ଫଳରେ ନନ୍ଦନକାନନରେ ଥିବା ସେହି ପ୍ରଜାତୀର ଜନ୍ତୁମାନଙ୍କ ସହିତ ମିଳନ କରାଇ ସୁସ୍ଥ ଜନ୍ତୁ ପାଇପାରିବ । ଦୀର୍ଘ ୧୪ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ବଡ଼ ସଫଳତା ମିଳିଛି । ଗତ ୧୧ ତାରିଖରେ ଏକ ଲମ୍ବା ଥଣ୍ଟିଆ (ଲଙ୍ଗ୍ ବିଲଡ) ଶାଗୁଣା ଅଣ୍ଡାରୁ ଛୁଆ ବାହାରିଛି । ଏହି ଛୁଆ ଜନ୍ମ ହେବା ପରେ ଶାଗୁଣା ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


