ଉଦଯାପିତ ହେଲା ମହାଭାରତ ମହାପାରାୟଣ ନାମ ଯଜ୍ଞ ।ଗୋଲାମୁଣ୍ଡା, ୨/୫( ଜେବିଏନ ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ଡୁଡୁକେଲ ଗ୍ରାମ ଠାରେ ଯାଦବ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ମହାଭାରତ ମହାପାରାୟଣ ଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ମହାପାରାୟଣ ଯଜ୍ଞ ଗତ ଏପ୍ରିଲ ୨ ତାରିଖ ରେ ଆରମ୍ଭ ହୋଇ ନୀତି କାନ୍ତି ଅନୁସାରେ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ନାମ ଯଜ୍ଞ ପୂଜାର୍ଚ୍ଚନା ଚାଲିଥିଲା । ଏହି ଯଜ୍ଞ ର ମୂଲ ଉଦ୍ଦେଶ୍ୟ ହେଉଛି ଦ୍ଵାପର ଯୁଗରେ ପାଣ୍ଡବ ଓ କୌରବ ମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏଥିରେ ଧର୍ମ ର ଜୟ ଓ ଅଧର୍ମ ର ପରାଜୟ ହୋଇଥିଲା । ଯୁଗେ ଯୁଗେ ଧର୍ମ ର ଜୟ ଓ ଅଧର୍ମ ର ପରାଜୟ କୁ ମନେ ପକାଇବା ପାଇଁ ଧରାପୃଷ୍ଠ ରେ ବିଭିନ୍ନ ଜାଗାରେ ଇଛୁକ ଶ୍ରଦ୍ଧାଳୁ ଭକ୍ତମାନେ ଭକ୍ତି ଚିତରେ ଜଗତର ମଙ୍ଗଳ ନିମିତ୍ତାର୍ଥେ ମହାପାରାୟଣ ଯଜ୍ଞ କରାଯାଇଥାଏ । ଏଥିରେ ମୁଖ୍ୟ ପୂଜକ ଭାବେ ଗୌତମ ଯୋଶୀ ନିର୍ବାହ କରିଥିବା ବେଳେ ଗୋବର୍ଦ୍ଧନ ମିଶ୍ର ( ସୋନପୁର) ବ୍ୟାସ ଆସନ ଅଳଙ୍କୃତ କରିଥିଲେ। ସୁବାସ ବଗର୍ତ୍ତି ଏବଂ ତାଙ୍କ ଧର୍ମପତ୍ନୀ ମଦନା ବଗର୍ତ୍ତି କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଯାଦବ ସମାଜ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଗୋଲାମୁଣ୍ଡା ରୁ କପୂର୍ଚନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



