Spread the love

ଅନୁଗୋଳ ଜିଲ୍ଲା ସିଏମ ଟ୍ରଫି ଜିତିଲା ତାଳବାହାଲ ଗ୍ରାସରୁଟ୍ ଭଲିବଲ୍ କେନ୍ଦ୍ରର ବାଳିକା ଟିମ୍‌

ଢେଙ୍କାନାଳ, ୦୯/୦୫/୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ତାଳବାହାଲ ଗ୍ରାସରୁଟ୍ ଭଲିବଲ୍ କେନ୍ଦ୍ରର ୧୪ ବର୍ଷରୁ କମ୍ ବାଳିକା ଟିମ୍ ଅନୁଗୋଳ ଜିଲ୍ଲା ସିଏମ ଟ୍ରଫି ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି । ମେ ୬ ଏବଂ ୭ ତାରିଖରେ ଅନୁଗୋଳ ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବାଳିକା ଦଳ ଜିଲ୍ଲାସ୍ତରୀୟ ଟ୍ରଫି ହାସଲ କରିଥିବାବେଳେ, ବାଳକ ଦଳ ସେମିଫାଇନାଲ ପର୍ଯ୍ୟନ୍ତ ଯିବାରେ ସଫଳ ହୋଇଥିଲେ ।ଏହି ପ୍ରତିଯୋଗିତାରେ ତାଳବାହାଲ କେନ୍ଦ୍ରରୁ ମୋଟ ୨୨ ଜଣ ଖେଳାଳି (୧୨ ପୁଅ ଏବଂ ୧୦ ଝିଅ) ଅଂଶଗ୍ରହଣ କରିଥିଲେ। ସେମାନଙ୍କର ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ଆଧାରରେ ୧୦ ଜଣ ଖେଳାଳିଙ୍କୁ ଆଗାମୀ ରାଜ୍ୟସ୍ତରୀୟ ଚାମ୍ପିଅନସିପ୍ ପାଇଁ ଅନୁଗୋଳ ଜିଲ୍ଲା ଦଳରେ ଚୟନ କରାଯାଇଛି।ସେମାନଙ୍କ ମଧ୍ୟରେ ଶିବାନନ୍ଦ ନାଏକ, ସମୀର ନାଏକ ବାଳକ ଟିମ୍‌ରେ ରହିଥିବା ବେଳେ ବାଳିକା ଟିମ୍‌ରେ ରୁପାଲୀ ନାଏକ, ମିକି ନାଏକ, ସ୍ୱର୍ଣ୍ଣପ୍ରଭା ନାଏକ, ସାୟନୀ ନାଏକ, ଶିବାନୀ ନାଏକ, ମିରାଲି ନାଏକ, ସୁଭଶ୍ରୀ ନାଏକ ଏବଂ ସୋନାଲୀ ପ୍ରିୟଦର୍ଶିନୀ ନାଏକ ସାମିଲ ହୋଇଛନ୍ତି।ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ପୂର୍ବତନ ଜାତୀୟ ଭଲିବଲ୍ ଖେଳାଳି ଶରତ ଚନ୍ଦ୍ର ପାଇ ଏବଂ ଅନୁଗୋଳ ଆଥଲେଟିକ୍ ଆସୋସିଏସନର ସାଧାରଣ ସମ୍ପାଦକ ଡକ୍ଟର ଗୌରଗୋବିନ୍ଦ ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *

You missed