::ଉନ୍ମୋଚିତ ହେଲା ମୋତିରାମ ମେହେରଙ୍କ ପୁସ୍ତକ “ଲାଇଫ୍ ଇଜ୍ ଲଭଲି”:
ବରଗଡ଼:୧୬/୫(ପବିତ୍ର ମେହେର)ଗତ ତା:-୧୫/୫/୨୦୨୬ ଶୁକ୍ରବାର ଦିନ ମୋତିରାମ ମେହେରଙ୍କ ଦ୍ବାରା ଲିଖିତ ପ୍ରଥମ ଇଂରାଜୀ ପୁସ୍ତକ “ଲାଇଫ ଇଜ୍ ଲଭଲି” ବରଗଡ ଏଲଆଇସି କାର୍ଯ୍ଯାଳୟରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉନ୍ମୋଚିତ ହୋଇଯାଇଛି । ଏହି ସଭାରେ ଶ୍ରୀମାନ ଅମରନାଥ ଗୁପ୍ତା, ଶାଖା ପରିଚାଳକ, ଏଲଆଇସି, ବରଗଡ ଶାଖା ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବରେ ଶ୍ରୀମାନ ରାମକୃଷ୍ଣ ମେହେର, ସନ୍ଥ କବିର ପୁରସ୍କାର ପ୍ରାପ୍ତ ବରିଷ୍ଠ ବାନ୍ଧକଳା ଡିଜାଇନର,ସମ୍ମାନୀତ ଅତିଥି ଭାବରେ ଶ୍ରୀମାନ ମନୋହର ସାହୁ, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଓ ସମୀକ୍ଷକ ଭାବରେ ଶ୍ରୀମାନ ରାମପ୍ରସାଦ ବେହେରା , ବରିଷ୍ଠ ଅଧିକାରୀ, ଏଲଆଇସି, ବରଗଡ ଶାଖା ଉପସ୍ଥିତ ଥିଲେ । ଏତଦବ୍ୟତୀତ ଅତିଥି ଭାବରେ ପୁସ୍ତକର ପ୍ରକାଶକ ଶ୍ରୀମାନ ତରଣୀସେନ ଗୁରୁ, ଗୁରୁ ପବ୍ଲିକେଶନ, ବରଗଡ, ଶ୍ରୀମାନ ସୁବୋଧ ପଶାୟତ, କର୍ମଚାରୀ, ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ, ବରଗଡ ।ବରଗଡ ଏଲଆଇସି କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ଓ ଅନ୍ଯାନ୍ଯ ସାହିତ୍ୟପ୍ରେମୀବୃନ୍ଦ ସଦୟ ଉପସ୍ଥିତ ଥିଲେ । ଶ୍ରୀମାନ ଅଶ୍ବିନୀ ପ୍ରଧାନ ପ୍ରାରମ୍ଭିକ ସଂଭାଷଣ ତଥା ଅତିଥି ପରିଚୟ, ଶ୍ରୀମାନ ନାରାୟଣ ମାଝି ସଭା ପରିଚାଳନା ଓ ଶ୍ରୀମାନ ସିଏସ୍ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।



