Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ବିଜେପି ବଅଁରପାଳ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜେ ବି ଏନ, ୧୮/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର ଆଇଚ), ବଅଁରପାଳ : ଆଜି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଆଶା ଟକିଜ୍ ଠାରେ ବିଜେପି ବଅଁରପାଳ ମଣ୍ଡଳ ପ୍ରଶିକ୍ଷଣ ଶିବିର ବିଜେପି ନେତା କିଟୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବଅଁରପାଳ ମଣ୍ଡଳ ର ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ l ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ତଥା ବଅଁରପାଳ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି କୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ପାଇଁ ଉପସ୍ଥିତ ବରିଷ୍ଠ ବିଜେପି ନେତା ଓ ନେତ୍ରୀ ମାନେ ପ୍ରଶିକ୍ଷଣ ଦେଇଥିବା ବେଳେ ଦଳର ଆଭିମୁଖ୍ୟ ଓ ଜାତୀୟ ସ୍ତରର ନେତୃତ୍ଵ ନେଇଥିବା ଅନ୍ୟାନ୍ୟ ପୁରୋଧା

ମାନଙ୍କ ବିଷୟରେ ଅଧିକ ସୂଚନା ପ୍ରଦାନ କରିଥିଲେ l ଏହି ଶିବିରରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, କାଳନ୍ଦି ସାମଲ, ଅନୁଗୋଳ ପୂର୍ବତନ ବିଧାନସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଅନୁଗୋଳ ପ୍ରଭାରୀ ସିମାଞ୍ଚଳ ଖଟେଇ, ଜିଲ୍ଲା ବିଜେପି ଉପ ଯଯାତି ପଟ୍ଟନାୟକ, ପଲିଟିକାଲ ଆନାଲିସିଷ୍ଟ ଅମିୟ ତ୍ରିପାଠୀ, ଯୋଗ ଜିଲ୍ଲା ସଭାପତି ଅଭୟ ରାୟ, ରାଜ୍ୟ କାର୍ଯ୍ୟ କାରିଣୀ ସଂଘମିତ୍ରା ପ୍ରଧାନ, ପ୍ରକାଶ ସିଂହ, ଜଗନ୍ନାଥ ଗଡନାୟକ ପ୍ରମୂଖ ଶିବିରରେ ଉପସ୍ଥିତ ଥିଲେ l