ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା

ଜେ ବି ଏନ, ୧୮/୧୨/୨୦୨୦, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ ଓ ଦଶରଥପୁର ରୁ ପରେଷ କୁମାର ପଣ୍ଡା), ଯାଜପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଧାରଣା ଦିଆଯାଇଥିଲା। ବ୍ଲକ ର ଚାଷୀ ମାନେ ଗତ ଅମ୍ପନ ବାତ୍ୟା ଓ ଗତ ଅଗଷ୍ଟ ମାସରେ ହୋଇଥିବା ବନ୍ୟା ରେ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ଘର ଭଙ୍ଗା ସାହାଯ୍ୟ,ଇନଫୁଟ ସବ୍ସିଡି ମାଗଣାରେ କୃଷି ଜାତୀୟ ବିହନ ,ଓ ବ୍ୟଙ୍କ କୃଷି ରୁଣ ଯୋଗାଇ ଦେବା ଦାବିରେ କୃଷକ ସଂଗଠନ ପକ୍ଷରୁ ଆଜି ଧାରଣା ଦିଆଯାଇଥିଲା। ନିଧିଷ୍ଟ ସମୟ ସିମା ମଧ୍ୟ ରେ ଦାବି ପୂରଣ ନ ହେବାରୁ ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। କୃଷକ ସଂଗଠନ ର ବ୍ଲକ ସଭାପତି ସନାତନ ସାହୁ ଙ୍କ ନେତ୍ବତରେ ଶତାଧିକ ସଭ୍ୟ ଏହି ଧାରଣାରେ ସାମିଲ ହୋଇ ଥିଲେ। ଅପରାହ୍ନରେ ଅତି ରିକ୍ତ ତହସିଲଦାର ଆର୍ଯ୍ୟଦିପ୍ତ ଆରଣ୍ୟକ ସାମନ୍ତରାୟ ଧାରଣା ସ୍ଥଳରେ ପହଞ୍ଚି କୃଷକ ମାନଙ୍କୁ ବୁଝାସୁଝା କରିଥିଲେ।୭ ଦୀନ ମଧ୍ୟରେ କୃଷି ପାଇଁ ମାଗଣା ରେ ମଞି,ବିହନ ଓ ଆସନ୍ତା ଜାନୁୟାରୀ ୫ ତାରିଖ ସୁଦ୍ଧା ସହାୟତା ରାଶି ପ୍ରଦାନ କରାଯିବା ର ପ୍ରତି ଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।




