Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବଜରଙ୍ଗ କ୍ଲବ ର ଅଗ୍ନେୟ ୨୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି

(ଜେ ବି ଏନ /ସୁବ୍ରତ କୁମାର) ୧୯/୧୨/୨୦୨୦ ଢେଙ୍କାନାଳ
: ଢ଼େଙ୍କାନାଳ ସହରର ବଜରଙ୍ଗ କ୍ଲବ ର ଅଗ୍ନେୟ ୨୪ ତମ ବାର୍ଷିକ ଉତ୍ସବ ବଡ ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ରୂପେ ଓଡିଶା ଯୁବ କଲ୍ୟାଣ ବୋର୍ଡ ର ସଭାପତି ବିଜୟ ନାୟକ, ଢେଙ୍କାନାଳ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିନୟ କୁମାର କାନୁନଗୋ, ଢେଙ୍କାନାଳ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ନବୀନ ଦଳେଇ ପ୍ରମୁଖ ଯୋଗଦାନ କରିଥିଲେ। ଆଜିର ଏହି ବାର୍ଷିକ ଉତ୍ସବ ଉପଲକ୍ଷେ ବଜାରଙ୍ଗୀ କ୍ଲବ ତରଫ ରୁ ଏକ ଆମ୍ବୁଲାନ୍ସ ସେବା ସମର୍ପିତ କରାଯାଇଛି। ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟ ଯଥା ରକ୍ତ ଦାନ, ପୋଷାକ ବଣ୍ଟନ ଆଦି କାର୍ଯ୍ୟ କରି ଏହି କ୍ଲବ ଅନେକ କୃତିତ୍ୱ ଅର୍ଜନ କରିଛି । ଆସନ୍ତା ବର୍ଷ ବଜରଙ୍ଗ କ୍ଲବ ତାର ୨୫ ବର୍ଷ ବାର୍ଷିକ ଉସ୍ଛବ ପାଳନ କରିବ ବୋଲି ଅତିଥିମାନେ ତାର ଶୁଭ କାମନା କରିଛନ୍ତି ।