ଦକ୍ଷିଣାଞ୍ଚଳ ଡିଆଇଜି ଙ୍କ କାର୍ଯ୍ୟାଳୟ ରେ ପୋଲିସ ମହାନିର୍ଦ୍ଦେଶକ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ଜେ ବି ଏନ, ବ୍ରହ୍ମପୁର,( ଟୁକୁନା ପ୍ରଧାନ, ୦୯. ୦୧. ୨୦୨୧) – : ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ବ୍ରହ୍ମପୁର ଗ୍ରସ୍ତ କରି ଦକ୍ଷିଣାଞ୍ଚଳ ଡିଆଇଜି ଙ୍କ କାର୍ଯ୍ୟାଳୟ ରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ବ୍ରହ୍ମପୁର ପୋଲିସ ଜିଲ୍ଲା ଓ ଗଞ୍ଜାମ ପୋଲିସ ଜିଲ୍ଲା ର ଅପରାଧୀ ସମୀକ୍ଷା ବିସ୍ତୃତ ଆଲୋଚନା ହୋଇଥିଲା । ଏହା ସହ ୨ ପୋଲିସ ଜିଲ୍ଲା ରେ ନିଖୋଜ ଶିଶୁ ଙ୍କ ଉଦ୍ଧାର, ସାଇବର କ୍ରାଇମ, ପ୍ରତ୍ୟେକ ଥାନା ରେ ସିସିଟିଭି ଲଗାଯିବା, ଏବଂ ପାସପୋର୍ଟ ପାଇଁ ହୋଇଥିବା ଭେରିଫିକେସନ ର ନିର୍ଦ୍ଦାରିତ ସମୟ ପୂର୍ବରୁ କିପରି ଶୀଘ୍ର କରାଯିବା ପାଇଁ ପଦକ୍ଷେପ ନିଆଯିବାକୁ ଆଲୋଚନା ହୋଇଥିବା ଦକ୍ଷିଣାଞ୍ଚଳ ଡିଆଇଜି ଶ୍ରୀ ସତ୍ୟବ୍ରତ ଭୋଇ ସୁଚନା ଦେଇଛନ୍ତି । ଆଜିର ଏହି ପୋଲିସ ମହାନିର୍ଦ୍ଦେଶକ ଙ୍କ ସମୀକ୍ଷା ବୈଠକ ରେ ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର ସମେତ ଗଞ୍ଜାମ ଏସପି ବ୍ରିଜେଶ ରାୟ ଉପସ୍ଥିତ ଥିଲେ ।



