Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କୋଇଲିମୁଣ୍ଡାର ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ମାମଲା : ଜାତୀୟ ମାନବାଧିକାର କମିଶନଙ୍କର ତାଗିଦ

ଜେ. ବି. ଏନ୍ (୦୯ /୦୧ /୨୦୨୧)

ନବରଙ୍ଗପୁର : ଚନ୍ଦାହାଣ୍ଡ ବ୍ଲକ କୋଇଲିମୁଣ୍ଡା ଗାଁର ଚାଷୀ ଦିଆଲୁ ଟାକ୍ରୀ ଗତ ଜୁନ ୧୫ରେ ନିଜ ଜମିରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ଏନେଇ ଭବାନୀପାଟଣାର ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନ ନିକଟରେ କ୍ଷତିପୂରଣ ପ୍ରଦାନ ବାବଦକୁ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଅନୁସାରେ ଗତ ୧୮ ଅକ୍ଟୋବରରେ କେସ୍‍ ନମ୍ବର ୧୬୯୫ରେ ମାମଲା ରୁଜୁ ହୋଇଥିଲା। ଏହାକୁ ବିଚାର କରି ଜାତୀୟ ମାନବାଧିକାର କମିଶନ ଗତ ଅଗଷ୍ଟ ୫ରେ ନୋଟିସ ଜାରି କରି ନବରଙ୍ଗପୁର ଜିଲାପାଳ, ଏସ.ପି ଓ ଶକ୍ତି ବିଭାଗସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶକ୍ତି ବିଭାଗ ପକ୍ଷରୁ କୌଣସି ରିପୋର୍ଟ ଦାଖଲ ହୋଇ ନଥିବାରୁ ମାନବାଧିକାର କମିଶନ ପୁନର୍ବାର ଚଳିତ ମାସ ୮ ତାରିଖରେ ଶକ୍ତି ବିଭାଗ ସଚିବଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ତାଗିଦ୍‍ କରିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ନଦେଲେ ମାନବାଧିକାର ସୁରକ୍ଷା ଆଇନ ଧାରା ଅନୁଯାଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚାଇ ଦେଇଛନ୍ତି। ୫ ଅଗଷ୍ଟରେ କମିଶନଙ୍କ ନୋଟିସ ପାଇବା ପରେ ନବରଙ୍ଗପୁର ଜିଲାପାଳ ୧୨ ଅଗଷ୍ଟ ୨୦୨୦ରେ ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କୁ ରିପୋର୍ଟ ମାଗିଥିଲେ ମଧ୍ୟ ସାଉଥକୋ ପକ୍ଷରୁ କୌଣସି ରିପୋର୍ଟ ଦାଖଲ ହୋଇ ନଥିବାରୁ ମାନବାଧିକାର କମିଶନ ଗତ ୮ ତାରିଖରେ ଏହି ରିପୋର୍ଟ ୪ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ପୁନର୍ବାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏସଂପର୍କରେ ମାନବାଧିକାର କର୍ମୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।