Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଇଗୋ ଅନୁଷ୍ଠାନ ଦ୍ଵାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ଜେ. ବି. ଏନ୍ (୧୦/୦୩ /୨୦୨୧, ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଟାଉନ୍ ହଲ୍ ଠାରେ ଇଗୋ ଅନୁଷ୍ଠାନ ଦ୍ଵାରା ଆନ୍ତର୍ଜାତିକ ମହିଳା ଦିବସ ପାଳନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ (DSWO) oxafam ମିସନ୍ ଶକ୍ତି ସହଯୋଗ କରିଥିଲେ। ଚଳିତ ବର୍ଷ ର ମୁଖ୍ୟ ଉଦ୍ଦେଶ୍ୟ choose to challenge ଦିବା ୯ ଘଟିକା ସମୟରେ ଜିଲ୍ଲାପାଳ ଭୂମେସ ଚନ୍ଦ୍ର ବେହେରା ରେଡ୍ କ୍ରସ୍ ବିରଞ୍ଚି ପାଣି ଇନର୍ ହୁଇଲ କ୍ଲବ୍ ଉପସ୍ଥିତିରେ ମହିଳା ଦିବସର ରେଲି କୁ ବାଜି ଚଉକ୍ ଠାରେ ଉଦଘାଟନ କରିଥିଲେ। ଏହି ରାଲି ରେ ୮ ଟି ଯାକ କ୍ଲବ ର ମହିଳା ମାନେ ଯୋଗଦାନ କରି ମହିଳା ହିଂସା, ଯୁବତୀ ଚାଲାଣ, ବାଲ୍ୟ ବିବାହ, କନ୍ୟା ଭୃଣହତ୍ୟା, ବନ୍ଦ କରିବା ପାଇଁ ସ୍ଲୋଗାନ ମାନ ଦେଇ ମହିଳା ଦିବସ ପାଳନ ପାଇଁ ଖୁସି ରେ ନାଚି ନାଚି ଗୋପବନ୍ଧୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଯାଇଥିଲେ। ଟାଉନ୍ ହଲ୍ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ADM, CDMO, DIPO, DSWO, ରେଡ୍ କ୍ରସ୍ ଇଗୋ ଅନୁଷ୍ଠାନ ଅତିଥି ମାନେ ଉପସ୍ଥିତ ରହି ମହିଳା ଦିବସର ପାଳନ ଉପରେ ମତ ବ୍ୟକ୍ତ କରିଥିଲେ। ମହିଳା ମାନେ ଯେତେ ବେଳେ ସଂସକ୍ତ ହୋଇଯିବେ ଏବ୍ଂ ନିଜ କୁ ନିଜେ ରକ୍ଷା କରିପାରିବେ ତେବେ ଆଉ ମହିଳା ଦିବସ ପାଳନ କରିବାର ଆବଶ୍ୟକତା ପଡିବ ନାହିଁ। ସର୍ବ ପ୍ରଥମେ ଇଗୋ ଅନୁଷ୍ଠାନର ସମ୍ପାଦିକା ପୁଷ୍ପାଞ୍ଜଳି ଜେନା, ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଏହି ଦିବସର ଉଦ୍ଦେଶ୍ୟ ବୁଝାଇଥିଲେ। ତାପରେ ୮ ଟି ଯାକ କ୍ଲବ ରେ କୃତ କାର୍ଯ୍ୟ କରିଥିବା SHG, ଅଙ୍ଗନବାଡି ଆଶା ମାନଙ୍କୁ ମନୋନୀତ କରାଯାଇଥିଲା। ବିଶ୍ଵ କୁନ୍ତଳ ର୍ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିବା ସହିତ ଚିତାକର୍ଶକ ନୃତ୍ୟ ପରିବେଷଣ କରିଥିଲେ। ପରିଶେଷରେ ଯାଜ୍ଞସେନୀ ଦାସ ଚୈଧୁରୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ପରିସମାପ୍ତି କରିଥିଲେ। ଇଗୋ ଅନୁଷ୍ଠାନର କର୍ମୀ ସର୍ବେଶ୍ଵର ମଲ୍ଲିକ, ହରପ୍ରିୟା ପଣ୍ଡା, ଅନିମା ନାୟକ, ସହଯୋଗ କରିଥିଲେ ।

You missed