Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ରକଲା କୁଣ୍ଡେସ୍ଵର ମହାପ୍ରଭୁ ଙ୍କ ବାର୍ଷିକ ଉତ୍ସବ

ଜେ. ବି. ଏନ୍ (୧୫/୦୩ /୨୦୨୧), ରିପୋର୍ଟ, ସୁଶାନ୍ତ କୁମାର ସାମଲ, ଢେଙ୍କାନାଳ : ରକଲା କୁଣ୍ଡେସ୍ଵର ମହାପ୍ରଭୁ ଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ୧୦ ତାରିଖ କଳସ ଯାତ୍ରା ଅନୁଷ୍ଠିତ କରିବା ସହ ଭୂମିପୂଜା, ସୂର୍ଯ୍ୟ ପୂଜା, ଅନୁଷ୍ଠିତ ହୋଇଥିଲା ।୧୧ ତାରିଖ ଦିନ କୁଣ୍ଡେସ୍ଵର ଠାକୁର ଙ୍କ ଯଥା ବିଧି ପୂଜା ଅର୍ଚନା ଆରମ୍ଭ ହୋଇଥିଲା। ଏହି ଉତ୍ସବର ସଭାପତି ମହୁର ବେହେରା କର୍ତ୍ତା ଭାବେ ସମସ୍ତ ରୀତି ନୀତି ସମାପନ କରିଥିଲେ। ଅପରାହ୍ନରେ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇ ପୂର୍ଣ୍ଣାହୁତି ଦିଆଯାଇଥିଲା। ପାଣବେରିଣୀ, କଙ୍କଡ଼ା, ପାଟଲା ଗ୍ରାମ ରୁ ସତାଧିକ ଶ୍ରଦ୍ଧାଳୁ ଉତ୍ସବରେ ଯୋଗ ଦାନ ଦେଇଥିଲେ। ସମ୍ପାଦକ ଶ୍ରୀ ଧର ସାହୁ ଓ ମହୁର ବେହେରା ଓ ଗ୍ରାମବାସୀ ଙ୍କ ତତ୍ତ୍ବବଧାନରେ ଉତ୍ସବ ପାଳିତ ହୋଇଥିଲା। ପୂର୍ଣ୍ଣାହୁତି ପରେ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥିଲେ ।

You missed