Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପୋଖରି ରେ ବୁଡି ଦୁଇ ନାବାଳକ ମୃତ

(ଜେ ବି ଏନ /ସୁଶାନ୍ତ କୁମାର) ୧୬/୦୩/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମ ମଠ ପୋଖରି ରେ ବୁଡି ଦୁଇ ନାବାଳକ ମୃତ। ସୂଚନା ମୁତାବକ ଗୋତମରା ଗ୍ରାମ ପଞ୍ଚାୟତ ରେ ମଠ ପୋଖରି ଗାଧୋଇବାକୁ ଯାଇଥିବା ନାବାଳକ ହେଲେ ବିଶ୍ଵଜିତ ବେହେରା (୧୦)ପିତା ବିଦ୍ୟାଧର ବେହେରା ଓ ଅନ୍ୟ ଜଣେ ସ୍ଵାଧିଷ ସାମଲ (୧୧)ପିତା ମଣିଆ ସାମଲ ।

 

ଦୁଇ ନାବାଳକ ଆଜି ପ୍ରାୟ ସକାଳ ୧୦ ଘଣ୍ଟିକା ସମୟରେ ମଠ ପୋଖରି ରେ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ। ଅଧିକ ସମୟ ବିଳମ୍ବ ହେବାରୁ ପରିବାର ବର୍ଗ ଖୋଜିବାକୁ ଯାଇଥିଲେ। ପୋଖରି ରେ ଦୁଇ ଜଣ ଙ୍କୁ ଗ୍ରାମବାସୀ ଙ୍କ ଦ୍ଵାରା ଖୋଜି ମୃତଦେହକୁ ବାହାର କରିଥିଲେ। ସଙ୍ଗେ ସଙ୍ଗେ ନିକଟସ୍ଥ ଚିକିତ୍ସାଳୟ ଚିକିସ୍ଥା ନିମନ୍ତେ ନେଇଥିଲେ ସେଠାରେ ଡ଼ାକ୍ତର  ତାଙ୍କୁ ମୃତ ଘୋଷଣା କରିଥିଲେ। 

You missed