Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପାନୀୟ ଜଳ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ କବିସୂର୍ଯ୍ଯନଗର ବିଧାୟୀକା 

 

ବ୍ରହ୍ମପୁର ( ୧୬.୦୩.୨୦୨୧)-: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡ଼ିଆଳି ପଞ୍ଚାୟତ ଠାରେ ଶତ ପ୍ରତିଶତ ଘରୋଇ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ ବରିଷ୍ଠ ନେତା ଗୌରହରୀ ଭୂୟାଁ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ, ସରପଞ୍ଚ କୁମାର ଭୂୟାଁ ,ଆଠଗଡ ସରପଞ୍ଚ ସୁନୀଲ ପଲେଇ, ବାଉଁସିଆ ସରପଞ୍ଚ ତପନ ପ୍ରଧାନ, ଗଙ୍ଗାପୁର ସମିତି ସଭ୍ୟ ପ୍ରଦୀପ ଗୌଡ଼, ଗୁଡ଼ିଆଳି ସମିତି ସଭ୍ୟା, ଯନ୍ତ୍ରୀ ସନ୍ତୋଷ କୁମାର ଦାଶ, ପ୍ରମୁଖ ଯୋଗ ଦେଇଥିଲେ । ଏହି ପାନୀୟଜଳ ପ୍ରକଳ୍ପ ଦ୍ବାରା ଶତାଧିକ ପରିବାର ଏହାର ସୁବିଧା ପାଇଁ ପାରିବେ ବୋଲି ବିଧାୟିକା କହିଥିଲେ। ନବୀନ ସରକାର ଜନ ହିତ ଯୋଜନା ରେ ରେ ପ୍ରତ୍ୟେକ ଘରେ ପିଇବା ପାଣି ଯୋଗାଇଦେବା ଉଦ୍ୟମ କୁ ଗୁଡ଼ିଆଳି ଗ୍ରାମର ସମସ୍ତ ଜନସାଧାରଣ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

You missed