Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଶ୍ୱ ସାମାଜିକ ଦିବସ ଅବସରରେ ଯୁବଶକ୍ତି ସ୍ବେଚ୍ଛାସେବୀ ସଙ୍ଘଠନ ଢେଙ୍କାନାଳ ପକ୍ଷରୁ କେଦାରଗୌରୀ ଦୃଷ୍ଟିହୀନ କେନ୍ଦ୍ର ଠାରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

 

ଜେ ବି ଏନ, ୧୭/୦୩/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ: ୧୬-୦୧-୨୦୨୧ ଆଜି ବିଶ୍ୱ ସାମାଜିକ ଦିବସ ଅବସରରେ, “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ନାଲକୋ ନଗର ସ୍ଥିତ ସୁସୁଡା ଗ୍ରାମ ପଞ୍ଚାୟତ ଗୋପୀନାଥ ପୁର କେଦାର ଗୌରୀ ଦୃଷ୍ଟି ହୀନ କେନ୍ଦ୍ର ଠାରେ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ବରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ଦୃଷ୍ଟି ହୀନ ଭାଇ ଭଉଣୀ ମାନଙ୍କୁ ଆଜିର ଦିନରେ ଜଙ୍ଗଲ ଜୀବଜନ୍ତୁ ଅସୁରକ୍ଷିତ, ଏବଂ କୋଭିଡ ଉପରେ ସଚେତନତା କରା ଯାଇଥିଲା, ବଡ଼ ଦୁଃଖର ବିଷୟ ଏହି କେନ୍ଦ୍ରରେ ୩୬ ଦୃଷ୍ଟି ହୀନ ଭାଇ ଭଉଣୀ ରହୁଥିବା ବେଳେ, ଏଠି କୌଣସି ଗମନାଗମନର ସୁବିଧା ନଥିବା ବେଳେ, ବିଜୁଳି ଆଲୁଅ ଏଠି ସାତ ସପନ, ଖାଦ୍ୟ ପାନିୟ ର କୌଣସି ବ୍ୟବସ୍ଥା ନାହିଁ, ସେମାନେ ଯାହା ଭିକ୍ଷା ବୃତ୍ତି, ଭଜନ ସନ୍ଧ୍ୟା, ଆତ୍ମ ନିର୍ଭରଶୀଳ ତାଲିମ କେନ୍ଦ୍ର ଖଡ଼ି, ଫିନାଇଲ, ଧୂପ କାଠି, ନଡ଼ିଆ ପାପୁଛ, କ୍ୟାଣ୍ଡେଲ କରି ବହୁତ ଦୁଃଖ କଷ୍ଟରେ ଚଳୁ ଅଛନ୍ତି, ଏଣୁ ଅନୁଗୋଳ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ମୋର ନିବେଦନ ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରାଯାଉ, ଯାହା ଫଳରେ ସେମାନଙ୍କ ମୁହଁରେ ହସ ଫୁଟି ପାରିବ, ଏହି କାର୍ଯ୍ୟକ୍ରମ ରେ ମିଡିଆ ପ୍ରତିନିଧି ନିପୁ ଭୁତିଆ, ପ୍ରଶାନ୍ତ କୁମାର ବେହେରା, ନିରଞ୍ଜନ ସେଠୀ, ସୌଭାଗ୍ୟ ସାହୁ, ଅଶୋକ କୁମାର ସାହୁ, ସାମିଲ ଥିଲେ ।

You missed