Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କରୋନା କଟକଣା ପାଇଁ ଦଣ୍ଡୁଆଙ୍କୁ ମିଶାଇ ୨୦୦ ଲୋକଙ୍କ ମଧ୍ୟରେ ସୀମିତ ହେବ ଦଣ୍ଡନାଟ : ଜିଲ୍ଲାପାଳ 

 

 

ଜେ ବି ଏନ, ୧୮/୦୩ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଆଜି ବରହମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦଣ୍ଡନାଚର ଓ ଦୋଳପୂର୍ଣ୍ଣମୀକୁ ନେଇ ଉପଜିଲ୍ଲାପାଳ ଶ୍ରୀ କିର୍ତ୍ତୀ ଭାସନଙ୍କ ଉପସ୍ଥିତିରେ ଏକ୍ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରେ ରଖି ଦଣ୍ଡନାଚ ଉପରେ କେତୋଟି କଟକଣା ଜାରି କରାଯାଇଛି। ସେଗୁଡ଼ିକ ହେଲା ଦଣ୍ଡନାଚ ରେ ଦଣ୍ଡୁଆ କୁ ମିଶାଇ ୨୦୦ ଲୋକ ମଧ୍ୟରେ ସିମିତ ରହିବା ସହିତ, ରାତ୍ରୀ କାଳୀନ ସମସ୍ତ ନାଟ କୁ ନିଷେଧ କରାଯାଇଛି। ଦଣ୍ଡୁଆ ଙ୍କ ପାଇଁ କେବଳ ରାତ୍ରି କାଳୀନ ପ୍ରସାଦର ଅନୁମତି ପ୍ରଦାନ କରିଛନ୍ତି। ସାଧାରଣ ଲୋକଙ୍କ ପାଇଁ ପ୍ରସାଦର ଅନୁମତି ପ୍ରଦାନ କରାଯାଇନାହିଁ। ବର୍ତ୍ତମାନ ଗ୍ରୀଷ୍ମ ରୁତୁ ଆସୁଥିବାରୁ ପାଣି ପାଗ ବିଭାଗ ଅନୁସାରେ ଗ୍ରୀଷ୍ମର ପ୍ରକୋପ ବଢ଼ୁଥିବାରୁ ଦଣ୍ଡୁଆ ମାନଙ୍କ ସମୟ କୁ ଦିନ ୧୧ ଠାରୁ ଅପରାହ୍ନ ପଯ୍ୟନ୍ତ ନିଷେଧ କରାଯାଇଛି।

You missed